STORYMIRROR

MADHU MITA

Others

3  

MADHU MITA

Others

ଆମନ୍ତ୍ରଣ

ଆମନ୍ତ୍ରଣ

1 min
236

......ଆମନ୍ତ୍ରଣ.....


ବାହୁ ମୋ ପ୍ରସାରିତ..

ବକ୍ଷ ମୋ ଚିର ଉନ୍ମୁକ୍ତ..

ଅଭୟ ଆଶ୍ରୟ ଦେବାକୁ..

ଅଛି ମୁଁ ସଦା ପ୍ରସ୍ତୁତ..


କି ସୁନ୍ଦର ଏ କଳରବ..

ଦୃଶ୍ୟ ଏ ସତେ କି ଅପୂର୍ବ..

କ୍ଷୁଦ୍ର ପକ୍ଷୀଗଣଙ୍କର..

ବସା ମୋ ଦେହରେ ସମ୍ଭବ...


ଖୁସିରେ ଆତ୍ମହରା ହେଉଥିଲି..

ହଠାତ୍.. ଆଣ୍ଠେଇ ପଡିଲି..

ଗଛକଟା ସେ ମେସିନ ଦ୍ବାରା..

କ୍ଷତ ବିକ୍ଷତ ମୁଁ ହେଇଗଲି...


କ୍ରନ୍ଦନ ମୋ ଅଦୃଶ୍ୟ ହେଲା..

ଚିତ୍କାର ମୋ କାହିଁ ଲୁଚିଗଲା...

କିଛି ଦିନ ତଳେ ଜନ୍ମିତ ଶାବକ..

ପାଇଁ ମୋ ହୃଦୟ ବିଳପି ଉଠିଲା..


କେହି କିନ୍ତୁ ଅପେକ୍ଷା କଲେନି..

ପ୍ରାଣ ଭୟେ ଦୂରକୁ ଉଡିଗଲେ..

ମୋ ବିକଳ ପ୍ରୟାସ ନ ମାନି..

ମୋତେ ଏକା କରି ଚାଲିଗଲେ..


ତଥାପି ବାହୁ ପ୍ରସାରି ମୁଁ..

ଅପେକ୍ଷା କରିଛି ଚିରଦିନ..

ଫେରିବ ଯଦି ତୁମେ କେବେ..

ଶୂନ୍ୟ ନ ହେଉ ମୋ କୋଳ ଆସ୍ଥାନ...




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍