STORYMIRROR

Santosh Kumar Nayak

Children Stories Inspirational Others

4  

Santosh Kumar Nayak

Children Stories Inspirational Others

ଆମେରିକାରେ ବିବେକାନନ୍ଦ

ଆମେରିକାରେ ବିବେକାନନ୍ଦ

1 min
23.7K

🙏ଆମେରିକାରେ ବିବେକାନନ୍ଦ🙏


ଚିକାଗୋ ସହରେ ହୋଇଥିଲା ଯେବେ

ବିଶ୍ଵ ଧର୍ମ ସମ୍ମିଳନୀ,

ବିଭିନ୍ନ ଦେଶରୁ ପ୍ରତିନିଧି ରୂପେ

ଯାଇଥିଲେ ଗୁଣୀ ଜ୍ଞାନୀ।

ଜଣ ଜଣ କରି ବଖାଣିଲେ ସର୍ବେ

ନିଜ ନିଜ ଧର୍ମ ବାଣୀ,

ଶେଷରେ ଆସିଲେ ଭାରତରୁ ଜଣେ

ତରୁଣ ସନ୍ୟାସୀ ପୁଣି।

ଗେରୁଆ ରଙ୍ଗର ତାଙ୍କ ପରିଧାନ

ସରଳ ତାଙ୍କରି ବେଶ,

ଯିଏ ତାଙ୍କୁ ଦେଖେ ମନେ କହୁଥାଏ

ଧନ୍ୟ ହେ ଭାରତ ବର୍ଷ।

ଉତ୍କଣ୍ଠାର ସହ ଚାହିଁ ରହିଥିଲେ

ଶୁଣିବେ ଭାରତ ଗାଥା,

ପ୍ରଥମ ବାକ୍ୟରେ ମୁଗ୍ଧ ହୋଇଗଲେ

ଆମେରିକୀୟ ଜନତା।

ଆମେରିକାବାସୀ ଭାଇ ଓ ଭଉଣୀ

ସମ୍ବୋଧନ ଶୁଣିକରି,

ଜଣାଇଲେ ତାଙ୍କୁ ଅଭିନନ୍ଦନ ଯେ

ଆନନ୍ଦରେ ତାଳିମାରି।

ଭାରତ ଦର୍ଶନ ଭାରତ ସଂସ୍କୃତି

ଭାରତର ମହାନତା,

ଉପନିଷଦର ବଜ୍ରବାଣୀ ଆଉ

ଗୀତାର ଅମୃତ କଥା।

ବେଦ ବେଦାନ୍ତର ନିରାଟ ସତ୍ୟତା

କରିଲେ ଉପସ୍ଥାପନ,

ମନ୍ତ୍ରମୁଗ୍ଧ ହେଲେ ତାଙ୍କ ଭାଷଣରେ

ସମବେତ ଶ୍ରୋତାଗଣ।

ତାଙ୍କ ବକ୍ତବ୍ୟରେ ସ୍ଥାନ ପାଇଥିଲା

ହିନ୍ଦୁ ଧର୍ମର ଶ୍ରେଷ୍ଠତା,

ବିଶ୍ଵ ଭ୍ରାତୃତ୍ବର ଆବଶ୍ୟକତା ଓ

ଜଗତ ମାନବିକତା।

ସତର ଦିନର ସମ୍ମିଳନୀ ମଧ୍ୟେ

ଭାଷଣ ଦେଲେ ସେ ବାର,

ଧୀର କହେ ମୁଖେ ମାନବ ଜାତିର

ଅଟଇ ସେ ଅଳଙ୍କାର।

ଆମେରିକା ଦେଶେ ପରିଚିତ ସିଏ

ଝଡ ସୃଷ୍ଟିକାରୀ ହିନ୍ଦୁ,

ଆମରି ଶରୀରେ ବହୁଅଛି ଭାଇ

ତାଙ୍କରି ରକତ ବିନ୍ଦୁ। 

ଆଉ କେହି ନୁହଁ ବିଶ୍ୱର ବିଜୟୀ

ସିଏ ତ ବିବେକାନନ୍ଦ,

ଯାହାଲାଗି ଆମେ ସଭିଏଁ ଗର୍ବିତ

ସଭିଏଁ ପାଉ ଆନନ୍ଦ।


Rate this content
Log in