STORYMIRROR

Bibhuti Bhusan Mohanty

Children Stories Classics Fantasy

3  

Bibhuti Bhusan Mohanty

Children Stories Classics Fantasy

ଆମ ପିଲାଦିନ ନୂଆବର୍ଷ ଏବେ ଆସୁନି

ଆମ ପିଲାଦିନ ନୂଆବର୍ଷ ଏବେ ଆସୁନି

1 min
299


ନୂଆବର୍ଷ ଆଉ ଆସୁନି ଏବେ ପୂର୍ବପରି

ଦିନ ବାର ବା ବର୍ଷ ବୁଝି ନଥିବା,

ଆମ ଗାଁ ଚେପୁ ଆଉ ପଚାରୁନି

ନୂଆ ବର୍ଷ କେବେ ଆସିବ ବୋଲି?


ଆଉ ବାପାଙ୍କ ପକେଟରୁ ପଇସା ଚୋରି କରେନି

କିଣିବାକୁ ଗ୍ରୀଟିଙ୍ଗସ୍ କାର୍ଡ......

ଲେଖିବାକୁ ପଡେନି ଗ୍ରୀଟିଙ୍ଗସ କାର୍ଡ ରେ ଏବେ

"ପତର ଉପରେ ପତର

ସାଙ୍ଗ ତମେ ଦିଶୁଛ ଭାରି ସୁନ୍ଦର"

କହି ହୁଏନି ସାଙ୍ଗକୁ କେତେ ଯତ୍ନରେ

ଖାସ୍ ତା'ଲାଗି କିଣିଛି ଏ କାର୍ଡ.........।।


ଏବେ ଆଉ ଆମ ପାଳ ରେ

କରିହୁଏନି ନୂଆବର୍ଷ ଭୋଜି

ବାରଘର ଚାଉଳ ମିଶା ଭାତ ଓ ଅଣ୍ଡା ଝୋଳ

ଭୋଜି ପତ୍ର ରେ ବନ୍ୟା

ସୃଷ୍ଟି କରିବାକୁ

କରି ହୁଏନି ଏବେ ଆଉ

ବନ୍ଧାକୋବି ଘାଣ୍ଟ

ଆଉ ଦେଖିବାକୁ ମିଳୁନି ବୋଉ ମାନଙ୍କ

ଅଧା ଓଢଣା ଢଙ୍କା ମୁହଁରେ ଚାପା ଚାପା

ହସ ଆମ ମାନଙ୍କ ରୋଷେଇ ଦେଖି...........


ନୂଆ ବର୍ଷ ଆସୁନି ଏବେ

ସକାଳୁ ସକାଳୁ

ଗୁରୁଜନ ମାନଙ୍କୁ ମୁଣ୍ଡିଆ ମାରି

ମନ୍ଦିର ଦର୍ଶନ କରିବା

ଏବେ ତ ହ୍ୱାଟସ୍ଆପ୍ ଓ ମେସେଞ୍ଜରରେ

ନୂଆବର୍ଷ ରାତି ଅଧରୁ ଆସିଯାଏ ଅଭିନଦନ ବାର୍ତ୍ତା...


ନୂଆବର୍ଷ ଆସୁନି ଆଉ ସେଇ ଶୀତୁଆ ସନ୍ଧ୍ୟାରେ

ଅଫିସ ଫେରନ୍ତା ବାପାଙ୍କ ହାତରେ

ଗରମ ଗରମ ବରା-ପକୁଡି

ଚଟାପଟ ଆମେ ଭାଇ ଭଉଣୀ ଝାମ୍ପିପଡୁ ସେଇ ଜଳଖିଆ

ନୂଆବର୍ଷ ଡାଏରୀ ଓ

ଫୁଲତୋଡା ଉପରେ.....

ସେଇ ଡାଏରୀ ଯାହା ବର୍ଷ ସରିବା ଯାଏ

ଆମ ପାଖରେ ରହେ ଅର୍ଖ ନୂଆହୋଇ.........


ନୂଆବର୍ଷ ଆସୁନି ଏବେ ଆମଘର

ଗେଣ୍ଡୁଫୁଲ,ମାଳତୀ ଟଗର ମେଳରେ ,

ଏବେ ସେ ଯେ ବିଦେଶ ଫେରନ୍ତା,

ହସି ହସି ଆସେ ଗୋଲାପ

ଜିନିଆ,ଟ୍ୟୁଲିପ ଭିତରେ

ଅଧା ବାସି ଅଧା ସଜ

ବିଦେଶୀ ଅତର ଛିଞ୍ଚାରେ.......


ବଡଦିନରୁ ଠାରୁ ଆରମ୍ଭ ହୋଇଥିବା

ଉତ୍ସାହ ଉଦ୍ଦୀପନା

ନୂଆବର୍ଷ ବାସି ତିଆସିରେ ସରେ....

ଏବେ ବି ନୂଆବର୍ଷ ଆସୁଛି

କେତେବେଳେ ଆସି କେତେବେଳେ

ଯାଏ ଜଣା ପଡୁନି

ଏମିତି ରେ ସେଇ ସ୍ମୁତି ସବୁ ଭାଳିହୁଏ

ସେଇ ନୂଆବର୍ଷ ଦିନଗୁଡିକୁ ଯାହା କେବେ 

ଆଉ ଫେରିବାର ନାହିଁ.............


Rate this content
Log in