ଆମ ଗାଁ
ଆମ ଗାଁ
ଆହା କି ଋଚିର ଶାନ୍ତ କମନୀୟ
ମଧୁମୟୀ ପରିବେଶ
କୋଳରେ ଆମର ଗଢା ଗ୍ରାମ ଘର
ସୁନ୍ଦର ଶୋଭିତ ବେଶ ।
ଗ୍ରାମ ତୋଟା ବନ ବେଷ୍ଟିତ କାନନ
କରଇ ପ୍ରାଣ ଉତ୍ଫୁଲ !
ଶସ୍ଯେ ସୁ‐ଶ୍ଯାମଳ ସବୁଜିମା ମାଳ
ବିସ୍ତୀଣ୍ଣ ବନ କାନ୍ତାର
ବିଲ ବଣ କ୍ଷେତ କେଦାର ବେଷ୍ଟିତ
ଦିଶୁ ଥାଇ ମନୋହର !
ସ୍ଥାନେ ସ୍ଥାନେ ବୂକ୍ଷ ଲତା ବୁଦା ଗୁଳ୍ମ
ପାର୍କ ଓ ଚାରଣ କ୍ଷେତ
ନାନା ପଶୁ ପକ୍ଷୀ ହୋଇ କେଡେ ସୁଖୀ
ଥାଆନ୍ତି ଚାରଣ ରତ ।
ପ୍ରାତ କାଳେ ଜନେ ପ୍ରଭାତ ଫେରିରେ
କରନ୍ତି ପ୍ରାତଃ ଭ୍ରମଣ
ପକ୍ଷୀ କଳରବ ମୁଖର ସରବ
ସୂର୍ଯ୍ଯ ଙ୍କ ନାଲି କିରଣ !
ପଡି ସ୍ଥାନ ମାନ କି ! ସୁନ୍ଦର କମ
ବେଶେ ଦିଶେ ଉର୍ଜସ୍ବଳ
କଳ ମୁଖରିତ ବିହଙ୍ଗ କୂଜିତ
ପଥ ବନ ଓ ପ୍ରାନ୍ତର !
କୂପ ତଡାଗରେ ସ୍ବଚ୍ଛ ସଲୀଳ ରେ
ଭରା ଥାଏ ସବୁକାଳ
ଚଉ ପାଶେ ବହୁ କୂପ ନଳ କୂପୁ
ଜନେ ଆଣୁ ଥାନ୍ତି ଜଳ ।
ଅନେକ ପୋଖରୀ ଗଡିଆ ଯେ ଚାରି
ପାଖରୁ ଗାଆଁ କୁ ବେଢି
ବିକଚ କମଳ କୁମୁଦ ସୁ‐ଫୁଲ
ସାଥେ କେତେ ଫୁଲ କଢି !
ସକଳଙ୍କୁ କୋଳେ ଘେନି ସୁ‐ ମଞ୍ଜୁଳେ
ପାଉ ଥାଏ ସଦା ଶୋଭା
ପର୍ବ ପର୍ବାଣୀରେ ମନ ମଉଜରେ
ମାତନ୍ତି ଜନେ ସର୍ବଦା !
ପ୍ରତି ମାସେ ପାଳି ଅନେକ ଉତ୍ସବ
ପୂଜା ଯାତ ମଉଛବ
ଗୀତ ବାଦ୍ଯ ନୂତ୍ଯ ଯାତ ଓ ବିବାହ
କେତେ କ୍ରୀଡା ଅଭିନୟ ।
