Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

3  

Prasanna Kumar Madala

Others

ଆମ ଗାଆଁ ସଞ୍ଜ

ଆମ ଗାଆଁ ସଞ୍ଜ

1 min
4.8K


ଆମ ଗାଆଁ ମୁଣ୍ଡ ଓସ୍ତ ଗଛ ତଳେ

ସୂରୁଯ ବୁଡିଲେ ସଞ୍ଜ

ଧୂଳି ଖେଳ ଛାଡି ଫେରି ଆସି ବଳେ

ପଢିବାକୁ ହେଉ ସଜ ।

ଦେଉଳରେ ଘଣ୍ଟା ସଂଧ୍ୟାର ଆଳତି

ସଜବାଜ ନୋହୁ ନୋହୁ

ଚଉରା ମୂଳରେ ଧରି ସଞ୍ଜ ବତୀ

ତରବର ପଲ୍ଲୀ ବୋହୂ ।

ଗୋଠ ନେଇ ଫେରେ ଗୋଧୂଳି ଉଡାଇ

ଗାଈଆଳ ବେଳ ଜାଣି

ମାଛି ଅନ୍ଧାରରେ କଳସ ବୁଡାଇ

ଭୂଆଷୁଣୀ ଆଣେ ପାଣି ।

ଚଷା ଭାଇ ଫେରେ ବିଲକାମ ସାରି

ନ ମାନଇ ଖରା ଶୀତ

ଧୁଆଧୋଇ ହୋଇ କରତାଳି ମାରି

ଗାଇବ ଭଜନ ଗୀତ ।

ଦାଣ୍ଡର ପିଣ୍ଡାରେ ଗହଳି ବଢଇ

ଦେଖ କି ଆପଣା ଭାବ

ଆଲୋଚନା ଚାଲେ ସଭାରେ ପଡଇ

ସମସ୍ତଙ୍କ ହାନି ଲାଭ ।

ପ୍ରାର୍ଥନା ଗାଆନ୍ତି ସାନ ସାନ ପିଲା

ଶୁଭେ ' ଆହେ ଦୟାମୟ '

ଆମ ଗାଆଁ ସଞ୍ଜ କି ସୁନ୍ଦର ଥିଲା

ନଥିଲା ତ ଡର ଭୟ ।

କି ସୁନ୍ଦର ଥିଲା ଆମ ପରିବେଶ

ଧୀରେ ଧୀରେ ଯାଏ ହଜି

ପରସ୍ପରେ ସିନା ଚାଲିବ ଏ ଦେଶ

ସୁଖଦୁଃଖେ ଥିଲେ ମଜି ।


ପ୍ରସନ୍ନ କୁମାର ମାଦଳା

ଘର ନଂ - ଏଫ୍ / ୧୩

ସେକ୍ଟର - ୪

ରାଉରକେଲା - ୭୬୯୦୦୨

ଦୂରଭାଷ - ୭୯୭୮୧୯୨୨୨୭


Rate this content
Log in