Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshay Kumar Behera

Others

4.0  

Akshay Kumar Behera

Others

ଜନ୍ମ ଏଠି ଭଗବାନ

ଜନ୍ମ ଏଠି ଭଗବାନ

1 min
159



ସମଗ୍ର ବିଶ୍ବରେ ଆମ ଦେଶ ଅଟେ


ସବୁଠୁ ବେଶି ମହାନ,


ଇତିହାସ ପୃଷ୍ଠା ଅଲଟାଇ ଦେଲେ 


ଜନ୍ମ ଏଠି ଭଗବାନ ।



ଦଶ ଅବତାର ଧାରଣ କରିଣ


ଲିଳା କରିଛନ୍ତି ପ୍ରଭୁ,


ରାମ, କୃଷ୍ଣଙ୍କର ଅବତାର ନେଇ


ଉଦ୍ଧାରିଲେ ସେଇ ବିଭୁ ।



ରାମ ଅବତାରେ ରାମାୟଣ ଗ୍ରନ୍ଥ


ସାରା ବିଶ୍ବରେ ପୂଜିତ,


କୃଷ୍ଣ ଅବତାରେ ଗୀତା ଗ୍ରନ୍ଥଟିଏ


କୃଷ୍ଣଙ୍କ ମୁଖ ନିସୃତ ।



କଳା ଓ ସଂସ୍କୃତି ସବୁଠୁ ନିଆରା


ଦିଅଇ ସଭିଙ୍କୁ ଶିକ୍ଷା,


ବେଦ ଓ ପୁରାଣ ଆଦି ଗ୍ରନ୍ଥମାନ


ଧାରାରେ ବିଶ୍ବ ସୁରକ୍ଷା ।



ଧର୍ମ, ଶାସ୍ତ୍ର ପାଇଁ ଆମ ଦେଶ ଯାର


ନାମ ଅଟଇ ଭାରତ,


ତାହାରି କୋଳର ସନ୍ତାନ ବୋଲି ମୁଁ


ନିଜକୁ ଲାଗେ ଗର୍ବିତ ।



Rate this content
Log in