ଆମ ବିଦ୍ୟାଳୟ
ଆମ ବିଦ୍ୟାଳୟ
1 min
5
ବିଦ୍ୟାଳୟ ସତେ ଭଲଲାଗେ ମତେ
ଆସଇ ନିଇତି ଧାଇଁ,
ଖୁସିମନେ ପାଠ ପଢୁଥାଏ ଏଠି
ମନରେ ବିରାଗ ନାହିଁ।
ଜୁଇ ,ଜାଇ ,ହେନା, ସେବତୀ ,ମାଳତୀ
ମଲ୍ଲୀ ,କରବୀର, ଫୁଲ,
କାଠଚମ୍ପା ଗେଣ୍ଡୁ ରଜନୀଗନ୍ଧାର
ମହକଇ ଇସୁକୁଲ।
ନାରିକେଳ, ଗୁଆ ,ଦେବଦାରୁ ,ଆମ୍ବ,
ବକୁଳ ,ଗଛର ଛାଇ
ଫୁଲଲତା କେତେ ଜଡ଼ିବୁଟି ମାନ
ବିଦ୍ୟାପୀଠ ହତା ଥାଇ ।
ଆକାଶପରିକା ଅସୀମ ଜ୍ଞାନର
ଅଧିକାରୀ ବୁଦ୍ଧଦେବ,
ଗାନ୍ଧୀ ,ଗୋପବନ୍ଧୁ ,ସୁୁୁବାସ ମୂରତି
ଦେଖିବାକୁ ତାଙ୍କୁ ହେବ।
ଗୁରୁଜୀ ଗୁରୁୁୁମା ପରି ବାପା ମାଆ
ଆମ କଡେକଡେ ରହି,
ଆଗକୁ ଯିବାକୁ ବାଟକୁ ଦେଖାନ୍ତି
କେତେକଥା ମାନ କହି।
ଆମେ ସବୁ କଢି ବଗିଚାରେ ବଢି
ମହକେଇଦେଇ ଜନେ,
ସେନେହ ଶରଧା ବାଣ୍ଟିବୁ ସର୍ବଦା
ଥିଲେ ବନେ ଉପବନେ ।
