ଆମ ଐତିହ୍ୟ
ଆମ ଐତିହ୍ୟ
ଜନମ ଜୁଇରୁ ଶ୍ମସାନ ଜୁଇ
ଏତେ ଅଙ୍କାବଙ୍କା
ଏତେ ଖାଲଢିପ
ଛୁଇଁବାପାଇଁ
ବାରତୀର୍ଥ କେତେ
କେତେ ପରମ୍ପରା
ଆଉ କେତେ ଯେ ଐତିହ୍ୟ ।
ଡେଇଁବାକୁ ପଡେ
ତାହାର ହିସାବ
କିଏ କରୁ କେ ନକରୁ
ବଂଚିବାର ସମ୍ମୋହନି ବିଦ୍ୟା
ଆରମ୍ଭ ହୁଏ ।
ସେହି ଷଠିଘରୁ
ନାମକରଣ ଏକୋଇଶା
ନଈରେ ପ୍ରଥମ ଗାଧୁଆରେ ପଇସା ପକା
ପୁଣି ଜନ୍ମଦିନେ ସତ୍ୟ ନାରାୟଣ ପୂଜା ଗୁଡ ସିରିଣିରେ
ଅବା ଖାଲି ଚକୁଳି ଗୁଡରେ
ଖଡିଛୁଆଁ ।
ବ୍ରହ୍ମା ବିଷ୍ଣୁ ମହେଶ୍ୱର
ବର୍ଷସାରା କେତେ ଯାନିଯାତ
କେତେ ପୁନେଇଁ ସଂକ୍ରାନ୍ତି
ଗାଇଗୋରୁ ପୂଜା ପୁଣି ଗେଣ୍ଡା କୋଚିଆବି
ଭୂମୀଠାରୁ ମୂର୍ତ୍ତୀଯାଏ
ପାଦପରୁ ତା ମୂଳର ପଥର ପର୍ଯ୍ୟନ୍ତ
ମଠଠୁ ମନ୍ଦିର
ରଜଦୋଳି ରଙ୍ଗ ପିଚକାଳୀ ।
ବାଣଫୁଟା ଆକାଶଦୀପ ବା ଅବୀର
ବୁକୁଫଟା ବାହୁନା ପୁଣି ବିବାହବେଳର
ବିଶ୍ୱାସ ହିଁ ବିଶ୍ୱାସ
ବୋଇତ ବନ୍ଦାଣ ବିଦେଶ ଭ୍ରମଣ
ବେପାର ବଣିଜ
ପୁଣି ଅବା ଶସ୍ୟ ପାଇଁ
ଖ୍ୟେତ ପୂଜା ଠାରୁ ।
ଧାନଖଳାରେ ନାଲିଖିରି
ମାଣବସା ଠାରୁ ସୁଦଶାବ୍ରତ
ହାତ ଚୁଡି ବଜ୍ରକରି
ସାବିତ୍ରୀ ଓଷାରେ
ଓଡିଆଣୀ ବି ଭାଗ ବସାଏ ।
ଐତିହ୍ୟ ସେବାରେ
ରଂଗୀନ ମିଜାଜର ସଂସ୍କୃତି,
ଝାଂଜ କୀର୍ତ୍ତନର ତାଳେ ତାଳେ
ଗଡି ଆସେ ସିନା
ରକ୍ତରେ ପୁରି ପୁରି ଭାସେ
ଐତିହ୍ୟ ନିଶାରେ
ରକ୍ତରେ ପୁରି ପୁରି ଭାସେ
ଐତିହ୍ୟ ନିଶାରେ ।