ଆମ ଐତିହ
ଆମ ଐତିହ
ବହଳ ରାତିର ଗହଳ ଅନ୍ଧାର
ଆଜି ବେଶ କିଛି ସମୟ ଆଗରୁ ଗହଳ ଚହଳ ହେଉଥିଲା
ଆମ ଗାଁ ପୋଖରୀ ତୁଠ ଆଉ ନଈ ପଠାରେ
ପୂର୍ଣ୍ଣମୀ ଜହ୍ନ ବି ହସୁଥିଲା
ତାରାଙ୍କ ମେଳେ
ଚଉରା ମୂଳେ ସଜେଇ ବସିଛି ପଞ୍ଚରଙ୍ଗି ମୁରୁଜ
କଦଳୀ ପଟୁକା ଡ଼ଙ୍ଗାରେ ଦୀପର ରାଜୁତି
ନିରବୀ ଯାଇଥିବା ନଈ ପଠା ପୋଖରୀ ତୁଠରେ
ଲାଗିଛି ଆଜି ଆଲୁଅର ରୋଷଣୀ
ଆ କା ମା ଭୈ ।
ପାନ ଗୁଆ ଦେ ଥୋଇ ।
ଉଚ୍ଚାରିତ ହେଉଥିଲା ପବନର ଅନୁକୂଳ ଗତିରେ
ଓଡ଼ିଆ ହେବାର ଗର୍ବ ଆଉ ଗୌରବ ଆଉ
ଜାଗ୍ରତ କରୁଥିଲା ସକାଳର ନୂଆ ସୁରୁଜ ସାଥେ
ଧିମେଇ ପଡିଥିବା ଜୀବନଟା ଚଳ ଚଞ୍ଚଳ ହେଉ ହେଉ
ଘୁମେଇପଡି ଥିବା ମୋ ଐତିହ ଆଉ ପରମ୍ପରାର ପସରା
ଖୋଲୁଥିଲା ତାର ଗୌରଵମୟ କଥା ଆଉ କାହାଣୀ
ସେ କଥା
ମୋ ଜାତିର ମୋ ଭାଷାର
ପୂଜା ଆଉ ପର୍ବର
ଏଇ ଯେମିତି ହବିଷ ଡ଼ାଲମାରେ
ମହାପ୍ରସାଦ କୁଡୁଆରେ
ମହାନଦୀର ପାଣିରେ
କୋଣାର୍କ ଚୁଳୀରେ
କାରୁବାକୀର ପୃଷ୍ଠାରେ
ସବୁଠି କେମିତି ଏକ ମିଠା ମିଠା ବାସ୍ନା କରୁଥାଏ ପ୍ରତି ଓଡ଼ିଆ ମନକୁ
ସଦା ଉତଫୁଲିତ ତରଙ୍ଗାଇତ
ସ୍ୱତନ୍ତ୍ର ହେବାର ଅନନ୍ୟ ପଣ ରେ ।
ଯେଉଁଠି କଳିଙ୍ଗ ନରେଶ କରୁଥାଏ
ଛେରା ପହଁରା ରଥ ଯାତରେ ।