STORYMIRROR

ମିତା ପଟନାୟକ

Others

3  

ମିତା ପଟନାୟକ

Others

ଆମ ଐତିହ

ଆମ ଐତିହ

1 min
255

ବହଳ ରାତିର ଗହଳ ଅନ୍ଧାର

ଆଜି ବେଶ କିଛି ସମୟ ଆଗରୁ ଗହଳ ଚହଳ ହେଉଥିଲା

ଆମ ଗାଁ ପୋଖରୀ ତୁଠ ଆଉ ନଈ ପଠାରେ

ପୂର୍ଣ୍ଣମୀ ଜହ୍ନ ବି ହସୁଥିଲା

ତାରାଙ୍କ ମେଳେ

ଚଉରା ମୂଳେ ସଜେଇ ବସିଛି ପଞ୍ଚରଙ୍ଗି ମୁରୁଜ

କଦଳୀ ପଟୁକା ଡ଼ଙ୍ଗାରେ ଦୀପର ରାଜୁତି

ନିରବୀ ଯାଇଥିବା ନଈ ପଠା ପୋଖରୀ ତୁଠରେ

ଲାଗିଛି ଆଜି ଆଲୁଅର ରୋଷଣୀ

ଆ କା ମା ଭୈ ।

ପାନ ଗୁଆ ଦେ ଥୋଇ ।

ଉଚ୍ଚାରିତ ହେଉଥିଲା ପବନର ଅନୁକୂଳ ଗତିରେ

ଓଡ଼ିଆ ହେବାର ଗର୍ବ ଆଉ ଗୌରବ ଆଉ

ଜାଗ୍ରତ କରୁଥିଲା ସକାଳର ନୂଆ ସୁରୁଜ ସାଥେ

ଧିମେଇ ପଡିଥିବା ଜୀବନଟା ଚଳ ଚଞ୍ଚଳ ହେଉ ହେଉ

ଘୁମେଇପଡି ଥିବା ମୋ ଐତିହ ଆଉ ପରମ୍ପରାର ପସରା

ଖୋଲୁଥିଲା ତାର ଗୌରଵମୟ କଥା ଆଉ କାହାଣୀ

ସେ କଥା

ମୋ ଜାତିର ମୋ ଭାଷାର

ପୂଜା ଆଉ ପର୍ବର

ଏଇ ଯେମିତି ହବିଷ ଡ଼ାଲମାରେ

ମହାପ୍ରସାଦ କୁଡୁଆରେ

ମହାନଦୀର ପାଣିରେ

କୋଣାର୍କ ଚୁଳୀରେ

କାରୁବାକୀର ପୃଷ୍ଠାରେ

ସବୁଠି କେମିତି ଏକ ମିଠା ମିଠା ବାସ୍ନା କରୁଥାଏ ପ୍ରତି ଓଡ଼ିଆ ମନକୁ

ସଦା ଉତଫୁଲିତ ତରଙ୍ଗାଇତ

ସ୍ୱତନ୍ତ୍ର ହେବାର ଅନନ୍ୟ ପଣ ରେ ।

ଯେଉଁଠି କଳିଙ୍ଗ ନରେଶ କରୁଥାଏ

ଛେରା ପହଁରା ରଥ ଯାତରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍