ଆଲୋକମାଳାର ନଗରୀ
ଆଲୋକମାଳାର ନଗରୀ
ଆକାଶକୁ ଛୁଇଁଛି ଉତ୍ତୁଙ୍ଗ ପ୍ରାସାଦ,
ମଳୟ ବାଟ ଖୋଜୁଛି,
ବସନ୍ତ ର ହାତ ଧରି,
ଛୁଆଁ ଇ ଦେବ ତା ଶୀତଳ ପରଶ,
ଉଜାଗର କରିବ ତନୁ ମନେ ଶିହରଣ,
ହେଲେ ଦେହ ଓ ମନ ସବୁ ତ,
କେବେଠୁ ଅସାଢ ହୋଇ ସାରିଛି।।
କୁହୁକ ନଗରୀ, ଯାନ୍ତ୍ରିକ ମାନବ,
ସବୁ କିଛି କର୍ମରତ,
ସକାଳୁ ସଞ୍ଜ, ସଞ୍ଜ ରୁ ସକାଳ ଯାଏ,
ସବୁ କିଛି ଖାଲି ଦଉଡୁଛି...ଆଗକୁ,ଆଗକୁ,
ପଛକୁ ଫେରି ଚାହିଁ ବାକୁ ବେଳ ନାହିଁ,
ରାତ୍ରିର ନିସ୍ତବ୍ଧତା ଯାଇଛି ହଜି,
ଏଇ କୋଳାହଳ ମୟ ନଗରୀ ରେ ।।।
ଝିଙ୍କାରି ର ଝି ଝି ଶବ୍ଦ ଆଉ କାନକୁ ବଧିର କରୁନି,
ବୋଧହୁଏ ସବୁ କୋଳାହଳ,
ମନ ସବୁକୁ ଶବ୍ଦାୟିତ କରୁଛି,
ସବୁ କିଛି ଯନ୍ତ୍ରବତ୍ ଆଗେଇ ଚାଲିଛି,
ଯାନ୍ତ୍ରିକ ନଗରୀ ରେ ଭାବ ଶୂନ୍ୟ, ଆବେଗ ଶୂନ୍ୟ,
ମଣିଷ ବି ବୋଧହୁଏ ଯନ୍ତ୍ର ପାଲଟି ଯାଇଛି।।।
