Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kalish Chandra Parhi

Others

2  

Kalish Chandra Parhi

Others

ଆଖିଖୋଲସଖୀ

ଆଖିଖୋଲସଖୀ

1 min
6.5K



ଆଖିଖୋଲ ସଖୀ

ଦୁର୍ଯୋଧନର

ଅଭିଷେକେ-ଆଖିଖୋଲ,

ଦେଖିନିଅ ତାର

ନୟନ-ତଳର

ଜଳନ୍ତା- ଅଗ୍ନି ଝୁଲ।

ଚମକି-ଚାହିଁବ

ଚକିତ-ପରାଣେ

ଥମକିହୋଇବ-ଠିଆ।

ଅଞ୍କାତ-ଭୟେ

ଶିହରି-ଉଠିବ

କମ୍ପିତ-ଭୀରୁ-ହିଆ।

କମଳ- ଆସ୍ୟେ

ଖେଳିବଗୋ-ସହୀ

ବିଷାଦର-କଳାଗାର,

ସ୍ବପ୍ନଭରା-ସେ-

ଆଖିରୁ-ଝରିବ

ବେଦନାର-ବାରିଧାର।

ନିଭୃତ-ତୁମ

ହୃଦ-କନ୍ଦରେ

ବହିବ-ପ୍ରଳୟଝଂଜା,

ତୀବ୍ର-ବେଗରେ

ତାରକାପୁଞ୍ଜୁ

ଖସିବଭୀଷଣ-ଲଞ୍ଜା।

ପାରିବକି-ସହୀକୁହ?

ପାରିବକି ରହି

ସଜଳ- ଆଖିର

ଅମାନିଆଁଧାରା-ଲୁହ??

.................

କୈଳାସଚନ୍ଦ୍ରପାଢୀ। କୁମାରପୁର। ଭଦ୍ରକ।


Rate this content
Log in