STORYMIRROR

Adyasha Das

Others

3  

Adyasha Das

Others

ଆଖି

ଆଖି

1 min
13.7K


ଆଖି, କେବେ ନୀରବତାର ଆଢୁଆଳୁ କହିଯାଏ କେତେ କଥା,

ଆଖି, କେବେ ଛଳ ଛଳ ହୋଇ ବୁହାଇ ଦିଏ ଛାତି ତଳର ବ୍ୟଥା ।

ଆଖିରେ, କେବେ ରାତିର ଅନ୍ଧାରେ ବିଞ୍ଚି ହୋଇଯାଏ ସ୍ଵପ୍ନ ଚାଦର,

ଆଖିରେ, ପୁଣି ଅମାନିଆ ହୋଇ ବନ୍ଧ ଭାଙ୍ଗେ ଲୁହର ଜୁଆର ।

ଆଖି, କେବେ ପ୍ରଥମ ଦେଖାରେ ପାଇଯାଏ ପ୍ରେମର ପରଶ,

ଆଖି, ସେ ତ ସେତୁବନ୍ଧ ସାଜେ , କରେ ହୃଦୟକୁ ହୃଦୟରେ ବଶ ।

ଆଖି, ସିଏ ନବବଧୂର ଦେଇଥାଏ ମଉନେ ସମ୍ମତି ମିଳନ ପାଇଁ,

ଆଖି, ପୁଣି ପରଦେଶୀ ବନ୍ଧୁର ବାଟ ରହିଥାଏ ଚାହିଁ ।

ଆଖି, ଅଙ୍ଗଟିଏ ବୋଲି ଦୁନିଆ ଜାଣିଛି, ହେଲେ ସେ ମନର ଆଇନା ,

ଯେତେ ଲୁଚାଇଲେ ମନ ତଳେ କୋହ ଆଖି ଠାରୁ ଲୁଚି ପାରେନା ।


Rate this content
Log in