STORYMIRROR

RAKHAL CHANDRA SWAIN

Others

3  

RAKHAL CHANDRA SWAIN

Others

ଆଖି ଖୋଲିଦେଲା ସମୟ

ଆଖି ଖୋଲିଦେଲା ସମୟ

1 min
207

ଅନ୍ଧାର ଭିତରେ 

ଆଲୁଅକୁ ଖୋଜି ଖୋଜି 

ଦିଆସିଲିକୁ 

ଧାର ମାଗି ଥିଲି ଟିକିଏ ଆଲୁଅ।


ସିଏ ମୋ ଦେହରେ ନିଆଁ ଲଗେଇ ଦେଇ 

କହିଲା ଏଇ ନେ ଆଲୁଅକୁ ‌।


ନିଜେ ନିଆଁ ହେଇ 

 ଅନେକ ଜଳିଛିରେ ସମୟ।

ଅନ୍ଧାର ଭିତରେ 

ଅନଭିଜ୍ଞ ମଣିଷଟେ ହେଇ 

ତୋ ଭଙ୍ଗା ଫଳିରେ 

ବହୁବାର ରକ୍ତାକ୍ତ ହେଇଛି।

ରାତାରାତି 

ଉପରକୁ ଉଠିବାର ନିଶା 

ଅନେକ ବାର 

ଧୂଳିସାତ ହେଇଛି।


କଞ୍ଚା ଲୁହା ହେଇ 

କମାର ଶାଳରେ 

ଅନେକ ହାତୁଡି ପାହାର ଖାଇଛି।


ଲୁହା ହେଇ ଜଳିଛି ବୋଲି ତ  

ଫାଳ ହେଇ ଆଜି ହଳ କରୁଛି।

ନୂଆ ଅମଳ କରିବାର ବାଟ ଫିଟିଛି।


ପିଚୁ ହେଇ ଜଳିଛି ବୋଲି ତ 

ଆଜି ମୋ ରାସ୍ତାରେ 

ଦଶ ଚକିଆ ବାଲି ବୋଝେଇ ଯାନର 

ଓଜନ ସମ୍ଭାଳିବାର ସମ୍ଭାବନା ସୃଷ୍ଟି କରି ପାରିଛି।


ନିଜେ ଜଳିଛି ବୋଲି ତ 

ସେଇ ଆଲୁଅରେ ଆଗ ଫଳିକୁ ପରଖି 

ପାଦ ଥାପିବାର ଦୃଢ଼ ନିଷ୍ପତ୍ତି ନେଇ ପାରୁଛି।


ନିଜେ ଜଳିଛି ବୋଲି ତ 

ପ୍ରିୟତମ ଶତୃମାନଙ୍କର ମୁହଁ  

ଆଜି ସ୍ପଷ୍ଟ ଭାବେ ଚିହ୍ନି ପାରିଛି।


ଆଖି ଖୋଲି ଦେଇଛୁରେ ସମୟ।

ଏବେ ମୁଁ ଠିକ୍ ବୁଝି ପାରିଛି 

ମୋ ଦେହରେ ନିଆଁ ଲାଗେଇ ଦେଇ 

ତୁ ଠିକ୍ କରିଥିଲୁ ନା ଭୁଲ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍