Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Others

3  

Bharatabandhu Biswal

Others

ଆକାଶ

ଆକାଶ

1 min
243



ସ୍ୱଚ୍ଛ ସୁନ୍ଦର ହେ ନୀଳ ଅମ୍ବର

ମହତ ମନ ଆକାଶ

କଳ୍ପନା ଅତୀତ ବ୍ୟାପକ ଅନନ୍ତ

 ବିକାଶ ଗୁଣ ପ୍ରକାଶ ।


ବିବେକ ସୂରୁଜ କିରଣ ଦ୍ୟୋତକ

ଶକତିର ମୂଳ ଉତ୍ସ

ହେଉ ପ୍ରଜ୍ଜଳିତ ଜାଗ୍ରତ ସତତ

ଉନ୍ମୁକ୍ତ ସତ୍ୟ ସୁପଥ ।


ରୂପ ରସ ଗନ୍ଧ ସଞ୍ଚରୁ ସୁଗନ୍ଧେ

ମୁକ୍ତେ ପ୍ରବହୁ ପବନ

ସ୍ୱଚ୍ଛନ୍ଦ ସ୍ୱସ୍ତିକେ ହେଉ ଚଳମାନ

ଜୀବନ କରମ ଧର୍ମ ।


ସବୁଜ ସୁନ୍ଦରେ ହେଉ ପରିପୂର୍ଣ୍ଣ

ଧରଣୀ ଚଳଚଞ୍ଚଳା

ଶସ୍ୟ ଫଳ ପୁଷ୍ପ ଶ୍ରୀ ସମ୍ପଦେ ପୂରୁ

ସଭିଙ୍କର ମନୋବାଞ୍ଛା ।


ପ୍ରକୃତିର ବିଶ୍ଵ ମହାଶୂନ୍ୟ ରୂପ

ସମାବେଶ ସମଗ୍ରତା

ବିରାଜୁ ସୁହୃଦେ ଭାବ ସ୍ୱକୁଟୁମ୍ବ

ଶାନ୍ତି ମୈତ୍ରୀ ସୁବନ୍ଧୁତା ।


ଏ ବସୁଧା ମାତା ସୁଖର ଆଧାର

ବୈକୁଣ୍ଠ ଗୋଲୋକ ପୁର

ଝରିପଡୁ ଦେବ ମଙ୍ଗଳ ଆଶୀଷ

ଲଭୁ ଲଗ୍ନ ସୁସଂସ୍କାର ।



Rate this content
Log in