ଆକାଶ
ଆକାଶ
ପ୍ରଶାନ୍ତ ବକ୍ଷରେ ରହିଛି ଅନାଇଁ
କେଉଁ ଯୁଗରୁ ପ୍ରିୟା ଗୋ
ଧୈର୍ଯ୍ୟ ମୋହର ସୀମା ଟପି ଯାଏ
ଦେଖି ତୋ ଦାରୁଣ ଦୁଃଖ ।
ଟାଙ୍ଗିଆ କୁରାଢି ଚୋଟ ତୋ ବକ୍ଷରେ
ମାେ ଅନ୍ତର ଜଳୁ ଥିଲା
ହୋଇଲା ବିଧ୍ୱସ୍ତ ଜଳିଲା ଅରଣ୍ୟ
ବକ୍ଷ ତୋହର ଜଳିଲା ।
ଜଜେ ସବୁଜିମା ପ୍ରାକୃତିକ ଶିରୀ
ବକ୍ଷ ହୁଏ ବିଦାରଣ
କେତେ କୋହ ତୋର ହୁଏ ବାଷ୍ପ ରୁଦ୍ଧ
ଆକଣ୍ଠ କଲି ଭକ୍ଷଣ ।
କୋହ ସବୁ ତୋର ହଉଥିଲା ରୁଣ୍ଡ
ଆପଦ ମସ୍ତକ ଭରି
ସମ୍ଭାଳି ନ ପାରି କଲି ପ୍ରୀତି ବର୍ଷା
ତୋ ବକ୍ଷରେ ଦେଲି ଢାଳି ।
ତନୁ ପ୍ରାଣ ତୋର ଶୀତଳ କରିଲି
ବରଷା ନୀର ଢାଳିଲି
ବଦଳରେ ତୋର ସବୁ କୋହ ନେଲି
ମାେ ଉଦର ପୁରାଇଲି ।
ଯୁଗ ଯୁଗ ଧରି ନିବିଡ଼ ଡୋରିରେ
ବନ୍ଧା ଧରା ସହ ନଭ
ଭାବ ଦିଆ ନିଆ ଲାଗି ରହିଅଛି
ଅମ୍ଳାନ ସମ୍ପର୍କ ତାଙ୍କ ।।