STORYMIRROR

Amita Dash

Others

4  

Amita Dash

Others

ଆକାଶ

ଆକାଶ

1 min
258


ହେ ଆକାଶ, ନାହିଁ ଆଦି ନାହିଁ ଅନ୍ତ।

ତୁମେ ସିମାହୀନ, ଦିଗନ୍ତ ବ୍ୟାପୀ ପରିବେଷ୍ଟିତ।

ସୌରମଣ୍ଡଳ, ଉଲ୍କା, ଗ୍ରହାଣୁପୁଞ୍ଜ ତୁମ ଭିତରେ ସମାହିତ।

ଆହୁରି ବହୁତ କିଛି ଥିବ ଯାହା ଆମ ଅଜାଣତ।

କାହାର ମା' ତ କାହାର ପୁତ୍ର ତାରା ହୋଇ ବସିଛନ୍ତି, କରୁଛନ୍ତି ଆକାଶ ସୁଶୋଭିତ।

ଥାଟଜଗି ବସିଚନ୍ତି ପୁନେଇଁ ଚାନ୍ଦ।

କାହାର ଜହ୍ନ ମାମୁଁ ତ କାହାର ପ୍ରେମିକ।

କିଏ କୁହେ ଧନରେ,

ସେ ପାହାନ୍ତି ତାରା ପାଖେ

ତୋ ବୋଉ ଆଖିମିଟିମିଟି କରି କଥା ହୁଏ।

କାହା ମା' ଧୃବତାରା ଚାହିଁ ଆଖିରୁ ଲୁହ ପୋଛେ।

ମନେ ଭାବେ ଭାଗ୍ୟ ବିଡମ୍ବନା ସତେ ମୋ ପୁଅ ଅସମୟରେ ଯାଇ ତୋ ପାଖେ ବସେ।

ହେ ଆକାଶ, ଶରତର ଆଗମନେ ତୁମେ ସ୍ଵଚ୍ଛ ନୀଳ ଧବଳ ସ୍ଫଟିକ ସମଦୃଶ୍ୟମାନ।

ସର୍ବଦା ବିଶାଳ ହୃଦୟ ରଖି ଆମ ମୁଣ୍ଡରେ ରଖିଚ ଛାତର ମାନ।

ପ୍ରଚଣ୍ଡ ଘଡଘଡି ବିଜୁଳି କରେ ଆକାଶ ଉଚ୍ଛନ୍ନ।

ରାଗିଗଲେ ବାଦଲଫଟା ବର୍ଷାକୁ ମୂଷଳ ଧାରାରେ ଅଜାଡ଼ି ଦିଅ।

ନିଦାଘ ବଇଶାଖରୁ ତ୍ରାହି ପାଇଁ ଶାନ୍ତି ସ୍ଵରୁପିଣୀ ବର୍ଷା ରାଣୀକୁ ଆମନ୍ତ୍ରଣ କର।

ଆମେ ଜାଣୁ ମା' ଧରିତ୍ରୀ ପରି ବାପା ଆକାଶ ସମ।

ସୁଚିନ୍ତିତ କଳ୍ପନାରେ ପ୍ରକୃତି ଉଭୟଙ୍କୁ ପଠାଇଚି କରି ଆମ ଘର ଆଉ ଛାତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍