STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ଆକାଶ

ଆକାଶ

1 min
149


ନଭୋ ମଣ୍ଡଳ ସେ ଶୂନ୍ୟତା ଭିତରେ

ଆକାଶ ପରିକଳ୍ପନା

ସୁନୀଳ ଗଗନ ସୁନ୍ଦର ଦିଶେ 

(ତହିଁ)ବାରିଦ ବିଚରେ ଅନା ।।

ବୈକୁଣ୍ଠ ଭୁବନ ସରଗ ରାଇଜେ 

ଏଇ ଅମ୍ଵର କୋଳେ

ବ୍ରହ୍ମ ଲୋକ ଇନ୍ଦ୍ର ନନ୍ଦନ ବନ

ଶୋହେ ପାରିଜାତ ଫୁଲେ ।।


ଏଠି ଧର୍ମରାଜ ଯମଲୋକେ ବିଜେ

ଏଠାରେ ରୈ।ରବ ନର୍କ

ଏଇ ଆକାଶରେ ଅଶ୍ଵିନୀ କୁମାର

ଦେବ କୁବେର ଗନ୍ଧର୍ବ ।।

ଏଇ ଆକାଶରୁ ଧାରାଶିରାବଣେ 

ପୀୟୂଷ ପଡଇ ଝରି

ଏଇ ଆକାଶରେ ଖେଳଇ ବିଜୁଳି

ମାରେ ବଜ୍ର ଘଡ଼ଘଡ଼ି ।।


ଏଇ ବ୍ୟୋମ ପଥେ ଉଦୟ ସୂର୍ଯ୍ୟ 

ପୂରୁବ ନଭ ମଣ୍ଡଳୁ

ପଶ୍ଚିମ ଆକାଶେ ଅସ୍ତଗାମି ରବି 

ରୂପ ମନୋହର ଚାରୁ ।।

ସେଇ ଆକାଶରେ ଅନ୍ଧାର ରାତିରେ

କୋଟି କୋଟି ତାରା ମେଳେ

ଦ୍ଵିତୀୟା ଶାରଦ ଜହ୍ନ ଖେଳଇ 

ଏଇ ଅନ୍ତରିକ୍ଷ କୋଳେ ।।


ଏଇ ଆକାଶରୁ କୁଆଁର ପୁନେଇଁ

ରୂପେଲି ଜୋଛନା ଝରେ

ପ୍ରୀୟା ପ୍ରେମୀ ଭୋଗ ମଧୁର ବନ୍ଧନ 

ଏଇ ବିହାୟସ ତଳେ ।।

ଏଇ ଆକାଶର ନବ ଜଳଧର 

ରୂପରେ ମୁଗ୍ଧ ହୋଇ

କେକୀ ନୃତ୍ୟକରେ କେତକୀ ବନରେ 

ଚାରୁ ଚନ୍ଦ୍ରିକା ଫେଇ ।।


ସାତ ରଙ୍ଗର ଶକ୍ର ଚାପ ରୂପ 

ଅପରୂପ ମନୋମୟ

ରୋମାଞ୍ଚିତ କରେ ସହସା ପ୍ରେମିକ 

ପ୍ରେମ ମୋଦେ ହୁଏ ମୋହ ।।

ବିଶାଳ ଆକାଶ ଶାନ୍ତ ସୁଧୀର 

ଜୀବ ଜଗତର ପ୍ରାଣ

କରେ ନିୟନ୍ତ୍ରଣ ଦେବତାଙ୍କ ବାସ 

କରୁଛି ତାରେ ବନ୍ଦନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍