ଆକାଶ
ଆକାଶ
ଆକାଶେ କି ଶୋଭା ଉଜ୍ୱଳ ତରଙ୍ଗ
ନୀଳରଙ୍ଗ ବେଶ ସାଜେ
ଉଦୟ କିରଣ ପ୍ରତି ପ୍ରଭାତରେ
ଆମ ମନ ପ୍ରେମେ ହଜେ l
ଆକାଶରେ ତାରା ଆଲୋକର ହୀରା
ସୁନ୍ଦର ଚିତ୍ରରେ ଭରି
ଧରଣୀ ବାସୀଙ୍କି ଦେଖାଇ ଦିଅନ୍ତି
ଦେଖନ୍ତି ଆଖି ଆବୋରି l
ନବଘନ ବେଶ ସାଜି ହୋଇ ଦେଖ
ଆକାଶରେ ଦିନପତି
ବିହାର କରନ୍ତି ସନ୍ତୋଷ ଚିତରେ
ମନ ପ୍ରଫୁଲ୍ଲ ଚିନ୍ତନ୍ତି l
ପୂରୁବ ଆକାଶୁ ବାହାରି, ପଶ୍ଚିମ
ଆକାଶେ ହୁଅନ୍ତି ଅସ୍ତ
ନିର୍ମଳ ଆକାଶେ ଶୋଭା ବେଶେ ଆସି
ବୁଝନ୍ତି ପ୍ରାଣୀଙ୍କ କଷ୍ଟ l
ରାତି ଆକାଶରେ ଜଗତର ମଣି
ଫୁଲ ପରି ରୁପ ତାର
ଚନ୍ଦ୍ରମା ବୋଲିଣ ନାମ ବିସ୍ତାରନ୍ତି
ଜ୍ୟୋତି ମଣି ଆକାଶର l
ନୀଳଆକାଶରେ ମେଘମାଳା ସାଜି
ଶୋଭାର ତରଙ୍ଗ ହସ
ବରଷାର ବାରି ଧରଣୀରେ ଭରି
କୃଷକର ମନ ତୋଷ ।।
