Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshay Kumar Behera

Others

3.0  

Akshay Kumar Behera

Others

ଆକାଶ ରାଇଜ ରାଣୀ

ଆକାଶ ରାଇଜ ରାଣୀ

1 min
249



ତାରା ଗହଣରେ ହସୁଅଛି ଜହ୍ନ

"ଆକାଶ ରାଇଜ ରାଣୀ" 

କଳାବାଦଲ ତା ଓଢଣି ସାଜୁଛି

ମନ କଥା ତାର ଜାଣି ।୧।


ଜହ୍ନ ରୂପ ଦେଖି ହୃଦୟ ଯନ୍ତ୍ରଣା

କୁଆଡେ ଉଭେଇ ଯାଏ,

ଶିଶୁ ଠାରୁ ବୃଦ୍ଧ ମନର ଦୁଃଖକୁ

କ୍ଷଣିକରେ କିଣି ନିଏ ।୨।


ସୂର୍ଯ୍ୟଙ୍କ କିରଣେ ଉତ୍ତପ୍ତ ଧରଣୀ

କ୍ଳାନ୍ତ ଶରୀରକୁ ଧରି,

ଶୀତଳ ଆଲୋକ ପରଶ ଆଶାରେ

ଥାଏ ସେ ପ୍ରତିକ୍ଷା କରି ।୩।


ଅତି ମନ ଲୋଭା ରୂପ ତାର ଦେଖି

ପୋଖରୀରେ ଝୁରେ କଇଁ,

ମିଳନର ଆଶେ ଯୁଗଯୁଗ ଧରି

ରହିଛି ତା ବାଟ ଚାହିଁ ।୪।


ପ୍ରେମିକ; ପ୍ରେମିକା ମନ ଜିଣିବାକୁ

ଜହ୍ନର ଦିଏ ଉପମା,

ହେ ଚନ୍ଦ୍ର ବଦନି କେହି ତୋ ହେବେନି

ତୁମ ସରି ରାଜଜେମା ।୫।


କବି ଭାବେ ବସି ଲେଖିବ ସେ କିଛି

ଜହ୍ନର ରୂପକୁ ନେଇ,

ଯେତେବି ଲେଖିଲେ ଲେଖା ସରେ ନାହିଁ

ଦେଖ ରାତି ଯାଏ ପାହି ।୬।



Rate this content
Log in