STORYMIRROR

Balaram Barik

Others

3  

Balaram Barik

Others

ଆକାଶ ଦୀପ

ଆକାଶ ଦୀପ

1 min
335

ଭଜି ହରିନାମ       ତ୍ୟାଗୀ ମନୁ କାମ 

     ଜାଳିବା ଆକାଶ ଦୀପ।

ଏ ଜ୍ୟୋତି ଅଟଇ    ସ୍ୱୟଂ ଜ୍ୟୋର୍ତିମୟ 

      ହରିବ ସକଳ ପାପ।।


କାର୍ତ୍ତିକ ମହତ୍ଵ      ହୋଇବ ଜାଗ୍ରତ

      ମୁଖେ ନେଲେ ମଧୁସୂଦନ 

ସାତ ଜନମର        ପାତକ ନାଶିଵ

       କଲେ ପୁଣି ସଂକୀର୍ତ୍ତନ।।


ପ୍ରଭାତୁ ଉଠିଣ      ଗାଇବା ପୁରାଣ 

     କାର୍ତ୍ତିକ ମାସ କାହାଣୀ।

ଦେଇ ମନ ଧ୍ୟାନ   ଶୁଣିବା ଆସ ହେ

      ସାଧୁ ସନ୍ଥଙ୍କର ବାଣୀ।।


ମାସ ମଧ୍ୟେ ଶ୍ରେଷ୍ଠ     ଅଟେ ଏହା ସ୍ପଷ୍ଟ 

       ପାଳିବା ଆସ ପଞ୍ଚକ।

ଭୁଞ୍ଜିବା ହବିଷ     ଅନ୍ନ ଯେ ସରସ

       ଆମିଶ ଛାଡ଼ଇ ବକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍