STORYMIRROR

ସନାତନ ଦାସ

Others

3  

ସନାତନ ଦାସ

Others

ଆଜିର ରଜ

ଆଜିର ରଜ

1 min
11.5K

କାହିଁ ସେ ସଜବାଜ, କାହିଁ ସେ ରଜ ମଉଜ,

ସମୟର କରାଳ ସ୍ରୋତରେ ଅଣନିଶ୍ବାସୀ ମଣିଷ,

ଝୁରୁଛି ସେ ଝିପି ଝିପି ମେଘ ଆଉ ରଜ ପାନ ସୁଆଦ...


ରଜ ଦୋଳି , ବାଗୁଡ଼ି ଖେଳ, ପଶା ପାଲି, ଲୁଡୁ 

ଆଉ ତାସ ଖେଳ,

ମୋବାଇଲର ଆଗମନରେ ହଜିଗଲାଣି, 

ବୁଢ଼ୀ ମାର କାହାଣୀ ପରି...

ନାହିଁ ସେ କୁକୁମର ଟିପି ଟିପି ସଜ

ମେହେନ୍ଦିର ବର୍ତ୍ତମାନରେ

ନାହିଁ ପୁଣି ପୋଡପିଠାର ମହକ

ପିଜାର ଉପସ୍ଥିତିରେ..

ସବୁକିଛି ଚୁଲିକୁ ଗଲାଣି...

ଜାଉ...ମ... ଆପେ ବଞ୍ଚିଲେ ବାପର ନା...

ତଥାପି ମନ ମାନେନି..

ରଜ ମନେଇବାକୁ ଗାଁ କୁ ଆସିବାକୁ

ମନଟା ଉଚ୍ଛନ୍ନ ହୁଏ..

କେଜାଣି କଣ ଥାଇ ମୋ ଗାଁ ମାଟିରେ ମୋତେ 

ଟାଣି ଆଣେ ତା କୋଳକୁ ସବୁ ବରଷ...

ଭିଯେଇବାକୁ ରଜ ପରବରେ..।।


Rate this content
Log in