STORYMIRROR

Papu parida

Others

4  

Papu parida

Others

ଆଜି ଶିବଙ୍କର ବାହାଘର

ଆଜି ଶିବଙ୍କର ବାହାଘର

1 min
177


ଆଜି ଶିବଙ୍କର ବାହାଘର।

ଆଜି ଶିବଙ୍କର ବାହାଘର।


ହିମାଳୟ କନ୍ୟା ମାତା ଆଦିଶକ୍ତି

ତପସ୍ୟା ବଳରେ ଶିବ ହେଲେ ପ୍ରାପ୍ତି।


ସଜେଇ ହେଲେଣି ମାତା ପାର୍ବତୀ

କି ସୁନ୍ଦର ରୂପ ମନ ହୁଏ ତୃପ୍ତି।


ଗୌରୀ ମାତା ଆଜି କରିଣ ବିବାହ

ଚାଲିଯିବେ ଆଜି କୈଳାସପୁର

ଆଜି ଶିବଙ୍କର ବାହାଘର।

ଆଜି ଶିବଙ୍କର ବାହାଘର।


ମସ୍ତକେ ଚନ୍ଦ୍ରିକା ଗଳାରେ ବାସୁକୀ

ଦେହସାରା ଭସ୍ମ ହୋଇଛନ୍ତି ମାଖି।


ବକ୍ଷରେ ଝୁଲୁଛି ଖପୁରୀର ହାର

ନନ୍ଦି ବିରାଜିତ ସେ ଭୋଳାଶଙ୍କର।


ଅଦ୍ଭୁତ ଏ ବେଶ ଅଦ୍ଭୁତ ଏ ବର

ଅଦ୍ଭୁତ ଅଟନ୍ତି ପ୍ରଭୁ ମହେଶ୍ୱର

ଆଜି ଶିବଙ୍କର ବାହାଘର।

ଆଜି ଶିବଙ୍କର ବାହାଘର।


ବରଯାତ୍ରୀ ଘେନି ଚାଲିଲେ ମହେଶ

ଶିବଗଣ ସଙ୍ଗେ ଭୂତ ଓ ପିଚାଶ।


ଦେବତା ଦାନବ ଋଷି ମୁନିଗଣ

ଜୀବ ଜନ୍ତୁ ସଙ୍ଗେ ଅପୂର୍ବ ମିଶ୍ରଣ।


ଡମ୍ବରୁ ଶଙ୍ଖ ଓ ଦାନବ ଚିତ୍କାର

ତିନି ଲୋକ ଆଜି ଉତ୍ସବ ମୁଖର।

ଆଜି ଶିବଙ୍କର ବାହାଘର।

ଆଜି ଶିବଙ୍କର ବାହାଘର।


ଶିବ ପାର୍ବତୀଙ୍କ ହୋଇବ ମିଳନ

ଆହା କି ସୁନ୍ଦର ପ୍ରେମର ବନ୍ଧନ।


ସମ୍ପୂର୍ଣ୍ଣ ହୋଇବେ ଆଜି ଭୁତପତି

ଜୟ ମହେଶ୍ୱର ଜୟ ମାଆ ପାର୍ବତୀ।


କୈଳାଶରେ ବସି ଶିବ ଓ ପାର୍ବତୀ

ନାଶିବେ ଦୁଃଖ ଜଗତର

ଆଜି ଶିବଙ୍କର ବାହାଘର।

ଆଜି ଶିବଙ୍କର ବାହାଘର। 






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍