STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଆଜି ସାଧାରଣତନ୍ତ୍ର ଦିବସ

ଆଜି ସାଧାରଣତନ୍ତ୍ର ଦିବସ

1 min
192


ମୋତେ ମୁକ୍ତି ଦିଅ 

ଚିତ୍କାର କରୁଥିଲା ମୋ' ଜନ୍ମଭୃମି

ଆକୁଳ ଓ କ୍ରନ୍ଦନରେ ଫଟେଇ ଦେଉଥିଲା ଦଶଦିଶ

ସଂଦେଶ ଦେଉଥିଲା ତା' ଜନ୍ମିତ ସନ୍ତାନକୁ

ପ୍ରତିକ୍ଷଣ ଲୁହ ଓ କୋହରେ।


ମା'ର ଆକୁଳତା ଅସହ୍ଯ ହେଲା ସନ୍ତାନଙ୍କ

ବିଭିନ୍ନ ସମୟରେ ବିଭିନ୍ନ ଆନ୍ଦୋଳନ 

ରକ୍ତପାତର ସୁଅରେ କେତେ ଢଳିଗଲେ

କେତେ କାରାବରଣ ପୁଣି କେତେ ଲୁଚିଛପି

କଳେବଳେ କଉଶଳେ ହାତେଇବା ଲକ୍ଷ୍ଯ।


କିନ୍ତୁ କିଛି ବି ସୁଫଳ ନୁହେଁ ତ

ଅହିଂସାର ନୀତି ଆପଣେଇ 

ଚାଲିଲା ସଂଗ୍ରାମ

ବିନା ତରବାରୀ ଆଣିଦେଲା ଅପୂର୍ବ ସୁଯୋଗ

ଫିରିଙ୍ଗି ମଥାନତ କରି

ବାଧ୍ଯ ହେଲା ଫେରି ଯିବାକୁ 

ତା' ନିଜ ଦେଶକୁ।


ସେମାନେ ଛାଡି଼ଦେଲେ ଗାଦି

ଚାଲିଗଲେ ସାତ ସମୁଦ୍ର ଓ ତେର ନଦୀ ପାରି।


ଆଜି ଆମେ ନିଜେ ହିଁ ନିଜର ଶାସକ

କିନ୍ତୁ ଏବେ ବି ପରାଧୀନତାର

ତେସ୍ତରୀ ବର୍ଷରେ ବି ସେଇ ଫାଶରେ

ଯେତେ ସବୁ ବଡ଼ ବଡି଼ଆ

ମୁଠାଇ ଧରିଛନ୍ତି ଧନ ସଂପଦର ଚାବିକାଠି

ଗରିବ ଏବେ ବି ନିଜ ଲୁହ ନିଜେ ପିଉଛି 

ଘର କୋଣେ ଲୁଚି

ସେ କହି ପାରୁଛି ନା ସହି ପାରୁଛି?


ଏ ସାଧାରଣତନ୍ତ୍ର ଦିବସ ଆସିଲେ ହିଁ ମନେ ପଡେ଼

ଆମେ ମୁକ୍ତର ଦେଶର ମୁକ୍ତ ପକ୍ଷୀ

କେତେ ଉତ୍ସବ ପାଳିତ 

ଏ ଭାରତ ଭୂମିରେ।


ଏ ଦେହ,ମନ ଆଉ ପ୍ରାଣ

ଶହୀଦଙ୍କୁ ଯଦିଓ ସସମ୍ମାନରେ ମନେ ପକାଉ,ସ୍ଳୋଗାନ ଦେଉ

ତଥାପି ଶିକ୍ଷା ଆଉ ସ୍ବାସ୍ଥ୍ଯରେ 

ମୋ ଗାଁ,ମୋ ସଂସ୍କୃତି

ଦୂରେ ବହୁଦୂରେ।

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍