ଆଜି ବିଜେପି ଦଳର ସ୍ଥାପନା ଦିବସ
ଆଜି ବିଜେପି ଦଳର ସ୍ଥାପନା ଦିବସ
ଗୌରବର ଗାଥା ଲେଖି ଦେଲା ବିଶ୍ବେ
ଧର୍ମଗାମୀ ହୋଇ ଦେଶେ,
ନିସ୍ବାର୍ଥ କର୍ମରେ ଜନକଲ୍ୟାଣକୁ
ଭରି ଦେଲା ଆଜି ଦେଶେ।୧।
ସବୁଠାରୁ ବଡ଼ ଦଳହିଁ ହୋଇଲା
ବିଶ୍ବ ମଧ୍ୟେ ଦଳ ଆଜି,
ପୌରାଣିକ ଗାଥା ଦେଶେ ଆଣିଦେଲା
ରାମ ରାଜ୍ୟ ହେଲା ଆଜି।୨।
ପବିତ୍ର ମନ୍ଦିର ରାମ ପ୍ରଭୁଙ୍କର
ବନୁଅଛି ଦେଶ ମଧ୍ୟେ୍,
ଅଯୋଧ୍ୟାର ଭୂମି ପବିତ୍ର ହୋଇଛି
ବିଜେପି ଦଳର ସାଧ୍ୟେ।୩।
ବିଚ୍ଛିନ୍ନାଚଳରୁ ହାର୍ଦ୍ଦିକ ଶୁଭେଚ୍ଛା
ଆଭିନନ୍ଦନଟି ଆମ୍ଭ,
ସୂର୍ଯ୍ୟ ପରି ଏହି ପ୍ରକାଶିତ ହେଉ
ସ୍ଥାପନା ଦିବସ ଆମ୍ଭ।୪।
ମହାନୁଭବଙ୍କୁ ପ୍ରଣୀପାତ ଆମ୍ଭ
ପ୍ରଣୀପାତ ଜନତାଙ୍କୁ,
ପ୍ରଣୀପାତ ଆମ୍ଭ ବୀର ସୈନିକଙ୍କୁ
ଆଦର ଦେଶ ନେତାଙ୍କୁ।୫।
ଗୌରବର ଗାଥା ଲେଖି ଦେଲା ବିଶ୍ବେ
ଧର୍ମଗାମୀ ହୋଇ ଦେଶେ,
ନିସ୍ବାର୍ଥ କର୍ମରେ ଜନକଲ୍ୟାଣକୁ
ଭରି ଦେଲା ଆଜି ଦେଶେ।୬।
