STORYMIRROR

Baman Chandra Dixit

Others

5.0  

Baman Chandra Dixit

Others

ଆଜି ବି ଧୃତରାଷ୍ଟ୍ର

ଆଜି ବି ଧୃତରାଷ୍ଟ୍ର

1 min
951



ବାମନ ଚନ୍ଦ୍ର ଦୀକ୍ଷିତ।


ତୀକ୍ଷ୍ଣ-ଦୃଷ୍ଟି ମଧ୍ୟେ ସମାହିତ ଅନ୍ଧତ୍ୱ

ମୋ, ତୁମ, ତାଙ୍କ ସଭିଙ୍କ ଭିତରେ

ଯେତେ ସବୁ ଦିବ୍ୟଦ୍ରଷ୍ଟା ଜ୍ଞ୍ୟାନି ଗୁଣୀ

ସଞ୍ଜୟ ମାନ ଏକତ୍ରିତ ଏଠି

ସମସ୍ତେ ଧୃତରାଷ୍ଟ୍ରତ୍ୱ ଗ୍ରସିତ ଦୃଷ୍ଟିକୁ

ସଞ୍ଜୟ ଛାପ ଚଷମା ତୀକ୍ଷ୍ଣତା ଶାଣିତ

ମଣିବାରେ ,ମଣେଇବାରେ ଲିପ୍ତ,

ଘୃଣ୍ୟ ଲିପ୍ଶା,ସ୍ୱାର୍ଥୀ ପିପାଶା ଆଶାୟୀ

ଲୁଚିବା-ଲୁଚେଇବାରେ ବ୍ୟସ୍ତ;

ମାତ୍ର,ହସ୍ତିନାଧିପ ଧୃତରାଷ୍ଟ୍ର।


ସଞ୍ଜୟ ସଂଜୀବନି ଜୀବିତ ଧୃତରାଷ୍ଟ୍ର

ନିରବ ପ୍ରୋତ୍ସାହନେ ଉଦ୍ଧତ ଅନ୍ଧତ୍ୱ।

ପ୍ରତିବାଦ ତୀକ୍ଷ୍ଣ ଭୟାତୁର ମାତ୍ର

ପ୍ରତିରୋଧ ପଥଚ୍ୟୁତ ଜଡ଼ତା ଗ୍ରସିତ

ଏହି ତ ବିବେକ,ଏହି ତ ସଞ୍ଜୟ !

ଜୀବିତ ସବୁରି ଗହନ ଅନ୍ତର୍ମନେ

ସମାହିତ ଜାଗ୍ରତ ଆତ୍ମା ଅନୁକୋଣେ

ଏକ ମାଲା ସାପ ପ୍ରଭାବ ବିହୀନ

ଦିବା ଚାନ୍ଦ ସମ ପ୍ରକାଶ ରହିତ।

ମାତ୍ର,ହସ୍ତିନାଧିପ ଧୃତରାଷ୍ଟ୍ର।।


ଉଦ୍ଦଣ୍ଡ ଦୁର୍ଯ୍ୟୋଧନ,ଉତ୍ଶୃଙ୍ଖଳ ଦୁଃଶା

ଉନ୍ମୁକ୍ତ କରବାଳ କ୍ଷମତା ପିପାଷା

ପ୍ରେମ ସ୍ନେହ ସମ୍ମାନ କରୁଣା କ୍ଷତାକ୍ତ

କାମନା ଜାଗ୍ରତ ଯେଣୁ ନିଷ୍କ୍ରିୟା ଗାନ୍ଧାରୀ

ଅନ୍ଧତ୍ୱ ଅଭିନୟ ମୌନ ସମର୍ଥନ

ଜାଣି ଅଜଣା,ଶୁଣି ଅଶୁଣା

ଦେଖି ନପାରିବାର ଛଳନା ସମସ୍ତ।

ମହାନ ସଞ୍ଜୟ, ମହାତୀ ଗାନ୍ଧାରୀ;

ମାତ୍ର ହସ୍ତିନାଧିପ ଧୃତରାଷ୍ଟ୍ର।।


ଶୃଙ୍ଖଳିତ ପୌରୁଷ ଶୌର୍ଯ୍ୟ ଶୁପ୍ତ-ଲୁପ୍ତ

ଲଜ୍ଜିତ ଲାଜ ଯା'ର ରକ୍ଷକ ଭାରତ

ତାତ ଭ୍ରାତ ନାଥ ଜ୍ୟେଷ୍ଠ-ଶ୍ୱଶ୍ରୁ ପିତାମହ

ଅବନତ ଶୌର୍ଯ୍ୟ ପ୍ରାପ୍ତ-ଧୈଯ୍ୟ ବୀର-କୀର୍ତ୍ତି

ତଥାପି ସ୍ତୁତି ଲୋଲୁପି କୁଟୀଳ ସ୍ମିତହାସ୍ୟ।

ସ୍ୱରଚିତ ନାଟକ ,ନିଜେ ନିର୍ଦ୍ଦେଶକ

ପ୍ରଚ୍ଛଦୁ ଘୋଷିତ ଆଶିଷ ଲକ୍ଷ ବସ୍ତ୍ର ସମ

ମାତ୍ର ଦୁଃଶା ଦୁର୍ଯ୍ୟୋଧନ ସମସ୍ତ ଉନ୍ମୁକ୍ତ

ପାଣ୍ଡବ କୌରବ କୃଷ୍ଣ ରକ୍ଷିତ ଆଶ୍ୱସ୍ତ;

ମାତ୍ର,ହସ୍ତିନାଧିପ ଧୃତରାଷ୍ଟ୍ର।।

****************************


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍