ଆଈ
ଆଈ
ହୃଦୟଟା ତା'ର ମମତାରେ ଭରା
ଅଟଇ ସେ ଆମ ଆଈ
ମାମୁଁ ଘର ଗଲେ ଆଗ ଖୋଜା ପଡେ
ମଉଜ କରିବା ପାଇଁ ।
ଆଈର ମନଟା ଫୁଲଠୁ କୋମଳ
ନାତି ନାତୁଣୀଙ୍କ ପାଇଁ
ସିଏ ଥିଲେ ପାଶେ ବେଳ ଗଡିଯାଏ
ଜଣା ବି ପଡଇ ନାଇଁ ।
ମାଆ ଠୁ ଅଧିକା ସ୍ନେହର ପସରା
ଆଈ ପାଖେ ଥାଏ ବନ୍ଧା
ଶରଧାରେ ସିଏ ପରଶି ଦିଏ ତା '
ସୁଆଦିଆ ହାତରନ୍ଧା ।
ପୁରାଣ ପୋଥି ଠୁ ରାଜାରାଣୀ ଗପ
ବୁଢ଼ୀ ଅସୁରୁଣୀ କଥା
ଆଚମ୍ବିତ ଲାଗେ ଆଈ ଠାରୁ ଶୁଣି
ବୀରତ୍ୱର କେତେ ଗାଥା ।
ଆଈର ମମତା ଅଜାଙ୍କ ଆଦର
ମାମୁଁ ମାଇଁଙ୍କର ସ୍ନେହ
ମାମୁଁ ଘର ଆଡେ ବୁଲି ଯିବା ପାଇଁ
ମନରେ ଜଗାଏ ମୋହ ।