STORYMIRROR

Jagabandhu Sahu

Others

3  

Jagabandhu Sahu

Others

ଆହେ ପ୍ରଭୁ ଗଜାନନ

ଆହେ ପ୍ରଭୁ ଗଜାନନ

1 min
28

କୋରନା କବଳେ ପ୍ରାଣି ଛଟପଟ

    ଆହେ ପ୍ରଭୁ ଗଜାନନ

ଏ ଧରା ବକ୍ଷରେ  ଅବତରୀ ଆସି

    ଫେଡ଼ ଏ'ଦୁଃଖ କଷଣ

ତୁମରି ଦର୍ଶନେ ସକଳ ପ୍ରାଣୀଙ୍କ

    ହେଉ ଦୁଃଖ କଷ୍ଟ ଦୂର

ଆହେ ଏକଦନ୍ତ ତୁମେ ଦୟାବନ୍ତ

      ଦୟାନିଧି ଦୟାକର

ହଜି ଯେ'ଯାଇଛି ସକଳ ମନରୁ

     ସୁଖ ସଉଦାର ଦିନ

ହୋଇ ହୀନିମାନି ଛାଡି କର୍ମଭୂମି

      ବିଚଳିତ ହୁଏ ମନ  

ଏ ଧରା ଧାମରୁ ମହାମାରୀ ଯାଉ 

     ଆସି ତୁମେ କୃପା କର

ଆହେ ଗଣପତି ତୁମ ପାଦ ପଦ୍ମେ

     ଏତିକି ମାଗୁଣି ମୋର

ଗଉରୀ ନନ୍ଦନ ଆହେ ଗଜାନନ 

    ଗୁହାରୀ ଶୁଣ ମୋ ବାରେ

ନାହିଁ ଧନ ଜନ ଲୋଡା କିଛି ପ୍ରଭୁ

     ଦରଶନ ଦିଅ ଥରେ

ଅଜ୍ଞାନ ବାଳୁତ ନାହିଁ ଜ୍ଞାନ ମୋର

    ନ'ଧରିବ ଦୋଷା ଦୋଷ

କୃପା ନେତ୍ରେ ଚାହିଁ ଆଜ୍ଞାନୀର ହୃଦେ 

       ଢାଳି ଦିଅ ଶୁଭାଶିଷ .....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍