STORYMIRROR

Ajay kumar Behera

Others

4  

Ajay kumar Behera

Others

ଆହେ ମହାବାହୁ

ଆହେ ମହାବାହୁ

1 min
26

-

କେଉଁ ଏକ ଦ୍ଵନ୍ଦ

ମନେ ଭରିଥିଲା ଭୟ

କାଳେ ବଡ଼ ଦାଣ୍ଡେ

ରଥ ଟଣା ହେବ କ୍ଷୟ।୧।


ଆଜି ନାହିଁ ଆଉ

ମନେ ଟିକିଏ ସଂଶୟ

ବଡ଼ ଦାଣ୍ଡେ ପୁଣି

ସତ୍ୟର ହୋଇବ ଜୟ।୨।


ଦୁଇ ଭାଇ ସଙ୍ଗେ

ଭଉଣୀ ହୋଇବେ ଉଭା

ସୁନ୍ଦର ମୁରତି

ରଥେ ଯେ ପାଇବ ଶୋଭା।୩।


ମନୁ ଭକ୍ତ ଭୟ

କ୍ଷଣିକେ ହୋଇବ ଦୂର

ସଭିଏଁ ଖୁସିରେ

ହୋଇବେ ଆତ୍ମବିଭୋର।୪।


ଭକ୍ତ ଗଣ ସିନା

ନ ଟାଣିବେ ରଥ ଦୌଡ଼ି

ତଥାପି ଖୁସି ତ

ପୂଜକ ଟାଣିବେ ଭିଡି।୫।


ଧନ୍ୟ ମହାପ୍ରଭୁ

ଅଶେଷ ଲୀଳା ତୁମର

ତୁମ ଇଚ୍ଛା ବିନା

ସବୁ ଯେ ହୁଏ ବେକାର।୬।


ଆହେ ମହାବାହୁ

ତବ ଚରଣେ ଜୁହାର

ତୁମେ ହୋଇ ଥାଅ

ସାହା ସତେ ସଭିଙ୍କର।୭।


ଓଡ଼ିଶା ହସୁଛି

ଖୁସିରେ ହୋଇ ବିଭୋର

ରଖି ଦେଲ ମାନ

ପୁରୀ ହେ ବଡ଼ ଠାକୁର।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍