ଆହେ ଗୁରୁ ତୁମେ ମଙ୍ଗଳ ମୟ
ଆହେ ଗୁରୁ ତୁମେ ମଙ୍ଗଳ ମୟ


ଆହେ ଗୁରୁ ତୁମେ ଜ୍ଞାନର ଭଣ୍ଡାର
ତୁମେ ତ ମଙ୍ଗଳମୟ
ତୁମରି ଶିକ୍ଷାରେ ସଭିଏଁ ବିଭୋର
ତୁମେତ ସଂସାରେ ଜୟ ।
ତୁମେ ପୂଜନୀୟ ତୁମେ ଗୁରୁ ଦିଅଁ
ତମେ ଗୁରୁ ସର୍ଵବ୍ରହ୍ମ
ତୁମେ ଗୁରୁ ସଦା ଦିଅ ସାଧୁ ବାଣୀ
ତୁମେ ଗୁରୁ ସତ୍ୟ ଧର୍ମ ।
ଅନ୍ଧାର ପଥରେ ତୁମେତ ଆଲୋକ
ତୁମେ ଗୁରୁ ଦିବ୍ୟ ଜ୍ୟୋତି
ତୁମରି ଅଶିଷେ ଏହି ଧରା ଧାମେ
ପାଉଛୁ ଅନେକ୍ ଶାନ୍ତି ।
ତୁମ ଛାଟ ମାଡ଼ ତମରି ଆକଟ
ଆଜିବି ପଡୁଛି ମନେ
ତୁମ ସ୍ନେହ ଶ୍ରଦ୍ଧା ତମ ସରଳତା
ଗୁଣୁଗୁଣୁ ହୁଏ ମନେ ।
ତୁମେ ଗୁରୁ ବ୍ରହ୍ମା ତୁମେ ଗୁରୁ ବିଷ୍ଣୁ
ତୁମେ ଗୁରୁ ମହାଦେବ
ତୁମରି ଆଜ୍ଞାରେ ଆମ ଏ ଜୀବନ
ଯୋଡୁଛି ନୂତନ ଭାବ ।