Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kanduri Charan Rout

Others

2  

Kanduri Charan Rout

Others

ଆହେ ବଂଶୀଧାରୀ

ଆହେ ବଂଶୀଧାରୀ

1 min
24



ମଥୁରା ପୁରରେ ଜନମ ଲଭିଲ

ଗୋପରେ ବଢିଲ ଯାଇ

ଗୋପ ବାଳ ସଙ୍ଗେ ଲୀଳାଖେଳା କଲ

ଚରାଇଣ ପ୍ରଭୂ ଗାଈ ।


ଗୋପୀ ଗୋପାଳଙ୍କ ଅସୀମ ସ୍ନେହରେ

ଲାଳିତପାଳିତ ହେଲ

ଖୁସିରେ ପାଗଳ ନନ୍ଦ ଯଶୋମତୀ

କରୁଥିଲେ ନିତି ଗେଲ ।


ତିନି ଦିନ ପାଇଁ କଣ୍ଟ କରି ପ୍ରଭୂ

ମଥୁରାକୁ ଗଲ ବୁଲି

କଂସ ବଧ କଲ ଦ୍ବାରକା ସ୍ଥାପିଲ

ଗୋପ ପୁର ଗଲ ଭୁଲି ।


ଯମୁନା ପୁଳୀନ ବଇଁଶୀର ସ୍ବନ

ଝୁରୁଚି ତୁମକୁ ଆଜି

ରାଈକିଶୋରୀଙ୍କ ପ୍ରୀତିର କଦମ୍ବ

ଡାଳ ଯାଇଅଛି ଭାଜି ।


ଆହେ ବଂଶୀଧାରୀ ଆସ ବାରେ ଫେରି 

କରିଦିଅ ଦୁଃଖ ଦୂର

ମନ ବୃନ୍ଦାବନେ ହୃଦ କୁଞ୍ଜବନେ

ଭରିଦିଅ ବଂଶୀ ସୁର ।

     


Rate this content
Log in