STORYMIRROR

Sandhyarani dash

Others

3  

Sandhyarani dash

Others

ଆହ୍ବାନ

ଆହ୍ବାନ

1 min
366

କର୍ତ୍ତବ୍ୟ ପଥରେ ଆଗେଇ ଚାଲ ରେ

ମନରେ ନ ରଖି ଦ୍ୱିଧା

ହାରି ଯାଆ ନାହିଁ ଜୀବନ ସଂଗ୍ରାମେ

ହେଲେ ପଛେ ହେଉ ବାଧା।

ଦୁନିଆର ଏହି ରଙ୍ଗ ମଞ୍ଚ ପରେ

ପରୋପକାର ଟି ସାର

ନିଜର ସ୍ୱାର୍ଥକୁ ଆହୁତି ଦେଇ ଣ

ସମାଜର ସେବା କର।

ଆଜିର ଦୁନିଆ ହା ହା କାର ଲାଗେ

ନାହିଁ ସେହି ଭାତ୍ରୁଭାବ

ନିଜ ସ୍ବାର୍ଥ ଲାଗି ସଭିଏଁ ଲାଗନ୍ତି

ନାହିଁ ପରୋପକାର ଭାବ।

ନାରୀର କଣ୍ଠରୁ ଶୁଭୁନାହିଁ ଆଉ

ସୁନ୍ଦର ମଧୁର ବାଣୀ

ଲଜ୍ଜା ଭୟ ସାବଳାଲିତାକୁ

ଭୁଲି ଯାଉଛି ତରୁଣୀ।

ନିଜ ନିଜ କର୍ମ କରିଯିବା ପାଇଁ

ସରବେ ଯାଆନ୍ତି ମଜ୍ଜି

ଏ ଶରୀର ଦିନେ ମାଟିରେ ମିଶି

ତୁଛାଟାରେ ହୁଏ ସଜି।

ଶୋଷଣ କଷଣ ନାରୀ ନିର୍ଯାତନା

ସମାଜରୁ କର ଦୂର

ଶୃଙ୍ଖଳିତ ଆଉ ଧୀର୍ ଚିତ୍ତ ନେଇ

ଆଜି ଏ ଶପଥ କ ର।

କର୍ମକୁ ନିଜର ଗୁରୁ ମଣି ସର୍ବେ

କର୍ମ କରି ଅବିରତ

ଭାରତ ମାତାର ଝରିବନି ଲୁହ

ହସିବ ସାରା ଜଗତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍