Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj kumar Maharana

Others

2  

Manoj kumar Maharana

Others

ଆହା ମୋ' ଅଳକାନନ୍ଦାରେ.....

ଆହା ମୋ' ଅଳକାନନ୍ଦାରେ.....

1 min
263




ଆହା ମୋ' ଅଳକା'ନନ୍ଦାରେ,
ହରାଇ' ବସିଲି' ଫନ୍ଦାରେ ।
କାଳର' କି ହେଲୁ' ବନ୍ଧାରେ,
ନିତି ମୁଁ' ଶୁଣୁଛି' ନିନ୍ଦାରେ ।।
ଗଲୁ ତୁ' କୁଆଡେ' କହରେ,
ଝୁରୁଛି' ମୋ ଆଖି' ଲୁହରେ ।
ନିର୍ଝର' ସାଜି ସେ' ନେତ୍ରୁରେ ,
ମହୀରେ' ବହୁଛି' ଗାତ୍ରୁରେ ।।
ଓଷ୍ଠ କି' ପାରୁଛି' ଜୀଇଁରେ ,
ତୋ ଓଷ୍ଠ'କୁ ସେ ନ' ଛୁଇଁରେ ।
ସ୍ପର୍ଶ ନ' ପାଇ ସେ' ମ୍ଲାନରେ
ରହୁଅ'ଛି ସଦା' ମୌନରେ ।।
କର୍ଣ୍ଣ ତୋ' କଥା ନ' ଶୁଣିରେ,
ହୁଏ ତୋ' ସ୍ୱନକୁ' ଝୁଣିରେ ।
ବପୁ ତୋ' ଵପୁ ନ' ଛୁଇଁରେ
ଲୋଟିଗ'ଲାଣି ସେ' ଭୂଇଁରେ ।।
ହିଆ ମୋ' ତତେ ନ' ଦେଖିରେ,
ଲହୁ ଝ'ରାଉଛି' ସଖିରେ ।
ତୁମ ବି'ଛେଦରେ' ପ୍ରିୟାରେ,
ଜଳୁଛି' ମୁଁ କ୍ଷପା' ନିଆଁରେ ।।
ଆହା ମୋ' ଅଳକା'ନନ୍ଦାରେ ,
ପ୍ରାଣ ମୋ' କ୍ଲେଶରେ' ବନ୍ଧାରେ ।
ଆହା ମୋ' ମନମ'ଇନାରେ,
ତୋ ବିନା' ସୁନା ବି' ଚୁନାରେ ।
ଆହା ମୋ' ଜୀବନ' ନିଧିରେ
ହରାଇ' ବସିଲି' ବୁଦ୍ଧିରେ...।।


Rate this content
Log in