ଆହ୍ୱାନ
ଆହ୍ୱାନ
1 min
329
କେତେ ଦୁଃଖ, କଷ୍ଟ ସହି ଜନ୍ମଦାତା
ପିଲାଙ୍କୁ ସଂସ୍କାର ଦିଏ!
ସେ ସଂସ୍କାର ହେଲେ ,ପ୍ରେରଣାର ଉତ୍ସ
ଜୀବନ ସାର୍ଥକ ହୁଏ ।
ଦୁନିଆଁ ଦାଣ୍ଡରେ ଚାଲି ଯେ' ସିଖାନ୍ତି
ହାତଧରି ନିରନ୍ତର!
ସେ ହାତ ଛାଡି, ତୁହି ଦୌଡ଼ିବୁ ବୋଲି,
କରିଦେବୁ ସାତ ପର ।
ଜୀବନ ଯାକର ତପସ୍ୟାର ଫଳ
ସଞ୍ଚନ୍ତି ପିଲାଙ୍କ ପାଇଁ !
ସେ ସ୍ନେହଁ,ଶରଧା, ନୈତିକତା ଭୁଲି,
ଯାଆନ୍ତି ବିଦେଶ ଧାଇଁ ।
ଅଗ୍ରଗତିର ପ୍ରତିବନ୍ଧକ ଭାବି
ବୃଦ୍ଧାଶ୍ରମେ ଛାଡ ନାହିଁ!
ସେ ଆଶ୍ରମେ ତୋର ଦାୟଦ ଛାଡିବ,
ଯେବେ,ବୟସଟା ଯିବ ନଇଁ ।
ଜୀର୍ଣ୍ଣ କୂପ ହୋଇ ପଡି ରହିଥିବୁ
ପରିତ୍ୟକ୍ତ ଦେହ ବୋହି!
ସେ,ମୃଗତୃଷ୍ନା ପଛେ ଧାଇଁବା ଛାଡ଼ିଦେ,
ଚଳନ୍ତି ପ୍ରତିମା ପାଇଁ ।
ଯେତେ ସାଧନା କଲେ,ଆଉକି ପାଇବୁ
ଥରେ ମର୍ତ୍ତ୍ୟରୁ ବାହୁଡ଼ି ଗଲେ!
ସେ,ଜୀବନ୍ତ ଠାକୁର ପଦ ସେବୁଥିବୁ,
ଆନନ୍ଦ ପାଇବୁ ଭଲେ ।
