STORYMIRROR

Sushree sangita Swain

Others

3  

Sushree sangita Swain

Others

ଆଗ୍ନେୟ ଶପଥ

ଆଗ୍ନେୟ ଶପଥ

1 min
12.2K

ଆମ ସାକ୍ଷାତର ମଧୁର ଲଗ୍ନରେ 

ଧମନୀର  ତଳେ  ତଳେ 

ବୋହୁଥିବ ଉଷୁମ ଶୋଣିତ 

ହୃଦୟରେ  ଅହରହ ବାଜୁଥିବ 

ଅନିର୍ବାଣ ଆଗ୍ନେୟ ସଂଗୀତ l


ମୋ ହୃଦୟ ସାମ୍ରାଜ୍ୟ 

ମୁକୁଟ  ବିହୀନ  ସମ୍ରାଟ 

ମୋ ନିସ୍ତର ଜୀବନର 

ପ୍ରବାହମାନ ଗତିଶୀଳ ସ୍ରୋତ 

ତୁମଠାରୁ ଦୂରରେ କେମିତି 

ତୁମେ ଜାଣ ଅବା ମୁଁ ଜାଣେ 

ପରସ୍ପରକୁ ବୁଝିବା ବେଳେ 

ମହାର୍ଘ  ଚେତନା ରେ  ଶୁଭିଯାଏ 

ଶବ୍ଦ ର  ଓଁକାର ପ୍ରମୂର୍ତ ସଂଗୀତ |


ଆମ ପ୍ରେମ ପାଲଟି ବ 

ସ୍ମୃତିର  କାବ୍ୟାଂଶ, 

ନିଦାଘର  ଶୋଷ, 

ଶ୍ରାବଣୀ ବର୍ଷାରେ ଭିଜା 

ମୂର୍ଚ୍ଛନା ତୋଳିବ 

ମନ୍ଦ ମନ୍ଦ ମଳୟର ରାସ 

ଆସ ଆମେ  ଆଜି 

ନେବା ବଜ୍ର ଶପଥ 

ପରସ୍ପରକୁ ବୁଝିବା 

ଆସୁ ଯେତେ ବାଧା ବିଘ୍ନ 

ହେବା ନିକଟତର  

ଲଙ୍ଘି  ଦୁର୍ଗମ ପଥ ||


Rate this content
Log in