STORYMIRROR

Usharani Sahoo

Others

4  

Usharani Sahoo

Others

ଆଦର୍ଶ ଜୀବନ

ଆଦର୍ଶ ଜୀବନ

1 min
316


ନାମ ତା'ର ରୁଦ୍ର ଖୋଜୁଥାଏ ଛିଦ୍ର

ଚଗଲା ସିଏ ହେଉଛି

ବୁଦ୍ଧିରେ ପ୍ରଖର କରେ ନାରଖାର

ଚାଲିଲା ଶଗଡେ ଲାଗୁଛି।


ମାଆ ତା'ର କହେ ଭଲକାମ ନୁହେଁ

ମାନିଯା ଜୀବନ ଧନ

ଭଲ କାମ କରି କର୍ତ୍ତବ୍ୟ କରିଲେ

ହେଵ ଆଦର୍ଶ ଜୀବନ।


ପୃଥିବୀ ପୃଷ୍ଠରେ ମାନବ ଜନ୍ମରେ

ସବୁଠାରୁ ଶ୍ରେଷ୍ଠ ଅଟେ

କର୍ତ୍ତବ୍ୟ ପଥରେ ଅଗ୍ରସର ହେଲେ

ପ୍ରଶଂସାର ସୁଅ ଛୁଟେ।


ଲୋଡ଼ା ନାହିଁ ଆମ ଐଶ୍ୱର୍ଯ୍ୟ ସମ୍ପଦ

ବିଳାସର ଫୁଲ ଶଯ୍ୟା

ସାଦାସିଧା ଆମ ସରଳ ଜୀବନ

ଗଢିଵା ଜୀବନଚର୍ଯ୍ୟା।


ପର ଦୁଃଖେ ଦୁଃଖୀ ହୋଇବା ଯେ ସୁଖି

ଦେଖାଇ ସମବେଦନା

ପରକୁ ଆପଣା ହୃଦୟେ ଭାଵନା

ନ କରିବା କେବେ ଘୃଣା।


ନମନୀୟ ଭାବ ପ୍ରକାଶ କରିବା

ଗୁରୁଙ୍କୁ ଦେବା ସମ୍ମାନ

ମିଷ୍ଟଭାଷୀ ହୋଇ ମନକୁ ମୋହିଵା

ସଭିଙ୍କ ଜିତିବା ପ୍ରାଣ।


ଉଚ୍ଚ ନୀଚ୍ଚ ପର ଭେଦ ଭାଵନାକୁ

ମନୁ କରିଦିଅ ଦୂର

ଦୁଃଖୀରଙ୍କିଙ୍କର ସେବା କରୁଥିବି

ପ୍ରଭୁ ତୁମେ କୃପା କର।


ଦୀପଟିଏ ଭଳି ଜଳି ଜଳି ମୁହିଁ

ଆଲୋକକୁ ଵାଣ୍ଟୁଥିବି

ଏ ଜୀବନ ଆମ ଈଶ୍ୱରଙ୍କ ଦାନ

କର୍ତ୍ତବ୍ୟ ମୁଁ କରୁଥିଵି।


ଦାନ ଧର୍ମ କର୍ମ ଜୀବନର ମର୍ମ

କରୁଥିଵି ସଦାଚାର

ସତ୍ୟବାଦୀ ହୋଇ ମିଥ୍ୟାକୁ ତେଜଇ

ଜୀବନର କର୍ମ ସାର।


ଗର୍ବ ଅହଂକାର ମନୁ କର ଦୂର

ପ୍ରଭୁ ହେ ଚକାନୟନ

ମୋର ଏ ଜୀବନ କଲି ସମର୍ପଣ

ଶକ୍ତ କର ମନ ପ୍ରାଣ।


ଦାରିଦ୍ର୍ୟର ସେବା ଈଶ୍ୱରଙ୍କ ସେବା

ଚିନ୍ତୁଥିଵି ହୃଦମନେ

ଅନ୍ୟର ଜ୍ୱଳାରେ ଅନ୍ତର କୁହୁଳେ

ଭାବି ବସେ ରାତି ଦିନେ।


ମୋ ଜୀବନ ରଥ ବିତିଯାଉ ପଥ

କରି ସେବା ଉପକାର

ଧନ୍ୟ ହେବ ଆମ ଜୀବନ ଆଦର୍ଶ

ମନେ ଦିଅ ବଳ ମୋର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍