STORYMIRROR

Rashmibala Satapathy

Others

3  

Rashmibala Satapathy

Others

ଆଧୁନିକତା

ଆଧୁନିକତା

1 min
143

        

ସାମ୍ପ୍ରତିକ କାଳ ଲାଗଇ ବିହ୍ୱ

ବୈଜ୍ଞାନିକ ପଦ୍ଧତିରେ ଗଢ଼ା

ହଳ ଲଙ୍ଗଳ ଠୁ ଗଗନେ ଉଡାଣ

ରସାୟନ ସାର କୃଷିକ୍ଷେତ୍ରେ କରି ଭରଣ।1


ରୋଗର ଲକ୍ଷଣ ସଅଳ

ଔଷଧ ସେବନେ ମୁକତି ଯାଏ ପାଇ

ଅସ୍ତ୍ରୋପଚାର ବଳେ ନିଜର ଚେହେରା

ତନୁ ରେ ବୋଳି ଅତର ଦିଶଇ ଗୋରା।


ଅନଲାଇନ ଆଦେଶେ ଗୃହେ

ଯୋଗାଇ ଦିଅନ୍ତି ସନ୍ଦେଶରେ ଆସି

ଚାଲିବାକୁ ପଡୁନାହିଁ ପାଦ ଛନ୍ଦି ଛନ୍ଦି

ତୋଷ ମନେ କରେ ଗୃହେ ହେଇ ବନ୍ଦୀ।


ଗୃହିଣୀକୁ ଆଉ ନଥାଏ

ଗୃହେ ବସି ଶିଖେ ରୋଷେଇ ରକ

ଯିବାକୁ ନ ପଡେ ବଜାର ସଉଦା କିଣି

ସବୁ ସରଞ୍ଜାମ ଗୃହକୁ ଦ୍ୟନ୍ତି ଆଣି।


ଖୋଜିବାକୁ ପଡୁନାହିଁ ନିଜ ଯୋଗ୍ୟପାତ୍ର

ଗୃହ ବନ୍ଦୀଶାଳେ ମିଳି ଗଢାହୁଏ ଗୋତ୍ର

ପହଁରିବାକୁ ପଡୁନାହିଁ ନଈ

ଜଳଜାହାଜରେ ସର୍ବେ ହେଉଛନ୍ତି ପାର।


  


Rate this content
Log in