STORYMIRROR

Jagabandhu Sahu

Others

3  

Jagabandhu Sahu

Others

ଆଧୁନିକତା

ଆଧୁନିକତା

1 min
295

ପଣ୍ତିତ ପଢୁଛି ମନ୍ତ୍ରକୁ ଯନ୍ତ୍ରରେ

 କରୋନା କରୋନି ବିବାହ ଦେଖି

ଠେଙ୍ଗା ଧରି କୋରନି ଫୁଲ ମାଳ ଢାଳେ

  ଫୋଟକୁ ଦେଖି ମୁଁ ଦେଉଛି ଲେଖି

କାଶ ଛିଙ୍କ ଥଣ୍ତା  ଜ୍ବର ସବୁ ଯିବେ

  ବରଯାତ୍ରୀ ହୋଇ ଶଶୁରଘର

କରୋନା କରୋନି ବିବାହକୁ ଦେଖି

  ଆତ୍ମା ଯେ ଲଭିବ ସରଗପୁର

ମଲାଘର ଭୋଜି ସରକାର ଖଞ୍ଜି 

  ଅଫୁଟା ଅସିଝା ବାଣ୍ଟିବେ ଘରେ

ସରପଞ୍ଚ, ସଭ୍ୟ ବୋଲକରା ହେବେ

  ତାଙ୍କର ଭାଉ କହିଲେ ନସରେ

ଚାମଚା ମାରିବେ ଭୋଜନର ମଜା 

  ଲୋକ ଖାଉଥିବେ ଏକାନ୍ତବାସେ

କୋରନା କରୋନି କୋଳାକୋଳି ହେବେ 

   ସୁଖ ସଉଦାର ହନିମୁନ୍ ରସେ ।


Rate this content
Log in