STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଆଧୁନିକ ନାରୀ ଓ ଓଢ଼ଣୀ

ଆଧୁନିକ ନାରୀ ଓ ଓଢ଼ଣୀ

1 min
200

ମୁଁ ଆଧୁନିକା ନାରୀ

ମୋତେ ଓଢ଼ଣୀ ନାଇବାକୁ କହୁଛ କାହିଁକି? 

ଆଜିକାଲି ତ ପୂରାପୁରି ଖୋଲାଖୋଲି ହେଲିଣି

ମୁଁ ଦେଢ଼ଶୂର ସହ ତାସ ଖେଳିବି

ଶ୍ୱଶୂରଙ୍କ ହସ ଗୁଲିଖଟି

ଏମିତି କାଳରେ ତୁମର ସେ

ପୁରୁଣା ରଙ୍ଗ ଆଉ ଢଙ୍ଗକୁ ଚୁଲିକୁ ଯାଉ।


ପୁଣି ନୀରବତା ଭଙ୍ଗ 

ସେଇ ଅଭଦ୍ରାମିତାର ପରିଚୟ

ଗୋଟେ କଳଙ୍କିତ କାଳିମାକୁ ବାନ୍ତି।


ଦେଖୁନ ! 

ଶାଢୀ଼ ହଜି ଗଲାଣି କୁଆଡେ଼ 

ଅଳତା ବି ମିଳୁନି ବଜାରେ

ସିନ୍ଦୂରକୁ ଖାଇଲା ଏ ଟିକିଲି

କଜ୍ଜଳକୁ ଫିଙ୍ଗି ଦେଲିଣି କାହିଁ କେତେ ଦୂର 

ଆଇବ୍ରୋ ଲିପଷ୍ଟିକର ଯୁଗ

ଏ ଜଙ୍ଘିଆକୁ ଓ ବାନିଅନ

ଲମ୍ବା କେଶ ନୁହେଁ ବଏକଟ୍ 

ଏବେ ତ ମୁଣ୍ଡକୁ ଲଣ୍ଡା ଓ 

ଆଗରେ ମେଞ୍ଚାଏ କେଶ ଶୋଭା ପାଇଲାଣି।


ଏମିତି କାଳରେ କହୁଛ ଓଢ଼ଣୀ ଓଢ଼ଣୀ

ଗୋଟେ ଦଣ୍ଡଦେବା ପରି ଏ କାହାଣୀ

ବନ୍ଦକର ତୁମର ଏ ସ୍ଲୋଗାନକୁ

ଯାହା ନିହାତି ଅରୁଚିକର ନୁହେଁ କି?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍