ଆଧୁନିକ ବେଢ଼ଙ୍ଗ ଶିକ୍ଷା
ଆଧୁନିକ ବେଢ଼ଙ୍ଗ ଶିକ୍ଷା
ଆମ ଗାଁ ପାଢ଼ୀ ମଉସା
ଯାଇ ଥିଲେ ବୁଲି
ପ୍ରାଥମିକ ବିଦ୍ୟାଳୟ ପରା
ଯାଉଥିଲି ସେବାଟେ କାଲି
ପଡିଲା କାନରେ ତାଙ୍କ ଅଭିଜ୍ଞତା
ଚକା ମାଡି ଆସି ବସିଲି
କହିଲି ମଉସା ବଖାଣୁଛ ତୁମେ କି ଅବସ୍ଥା
କହୁଥିଲେ ସେ ମନ ମାରି
କି କହିବି ଲୋ ଝିଅ ଆଜିର ଶିକ୍ଷା ଵେବସ୍ତା କଥା
ସାତ ଟି କକ୍ଷ କୁ ଗୋଟିଏ ଶିକ୍ଷକ ରଖି
କେମିତି ପଢ଼ାଉଛନ୍ତି କରି ହଟ ହଟା
ଆମ ସମୟ ରେ ଗଛ ମୂଳେ ବଶି
ପଢ଼ୁଥିଲୁ ପାଠ କରି ଏତେ କଷ୍ଟ ପରା
ଭାବିଥିଲି ବଦଳି ଯାଇଛି
ନାହିଁ ଆଉ କଷ୍ଟ ସ୍ଵାକ୍ଷର ହେବା
ନଖାଇ ନପିଇ ନଇଁ ନାଳ ଡେଇଁ
କରିଥିଲୁ କଷ୍ଟ ବୁଝି ପାଠ ଦି ଅକ୍ଷର ଲୋଡ଼ା
ହେଲେ ମଧ୍ୟାହ୍ନ ଭୋଜନ ଜୋତା ପୋଷାକ ଦେଇ
ତଥାପି ମିଳୁନି ପ୍ରକୃତ ଶିକ୍ଷା
ଘରୋଇ ବିଦ୍ୟାଳୟ ଇ°ରାଜି ମାଧ୍ୟମ ରେ ପଢି
ଆଜି ରହୁଛନ୍ତି ବଡ଼ ବଡ଼ ଚାକିରୀ ରେ ସବୁ ପିଲା
ଅଭାବ ଅନଟନର ଶିକାରୀ
କୋଉ ଗରିବ ଘର ର ଛୁଆ
ଯାଉଛନ୍ତି ସରକାରୀ ବିଦ୍ୟାଳୟ ପାଠ ପଢି
ସରକାରୀ ଶିକ୍ଷକ ଙ୍କୁ ଦେଉଛନ୍ତି ଜନ ଗଣନା
ଆଉ କେତେ କାମ ସେଇ ଭଳି
ପାଠ ପଢ଼ାଇବେ କେତେବେଳେ ସେକଥା ରେ ନାହିଁ କାହା ଚିନ୍ତା
କରୁଛନ୍ତି ଶତ ପ୍ରହସନ ବଶି