ଆସୁଛି ପୂର୍ଣ୍ଣିମା ଜହ୍ନ ଆଣି ଭାଇ ର ସ୍ନେହ
ଆସୁଛି ପୂର୍ଣ୍ଣିମା ଜହ୍ନ ଆଣି ଭାଇ ର ସ୍ନେହ


ସ୍ନେହ ମମତା ର ବନ୍ଧନ
ଧରି ଆସୁଛି ପୂର୍ଣ୍ଣିମା ଜହ୍ନ
କେତେ ଉଜ୍ଜଳ କେତେ ଶୀତଳ
ସତେ କେଡେ ସୁନ୍ଦର ସେଦିନ ଚାନ୍ଦ
ବିଳାସ ବ୍ୟସନ ଆମୋଦ ପ୍ରମୋଦ
ଦେଇ ପାରେ ନାହିଁ ସେ ସୁଖ
ଯାହା ଦେଇଥାଏ ଭଗିନୀ ହାତର
ଦୁଇ ପଇସା ର ସୁତା ଖଣ୍ଡକ
ପିତା ମାତା ଙ୍କ ଅମୁଲ୍ୟ ଉପହାର
ଦୁହେଁ ଦୁହିଁଙ୍କ ପାଇଁ
ଜଣେ ରୁସିଗଲେ ବୁଝାଏ ଅନ୍ୟ ଜଣେ
ଲୁହ ପୋଛି ଦେଇ କୋଳକୁ ଟାଣି
କୁନି କୁନି ପାଦେ ଅଗଣା ଦୁଲୁକାଇ
ଖେଳୁଛନ୍ତି ଭାଇ ଭଉଣୀ
ଦେଖି ଜେଜେ ଜେଜୀ ଦାଦା ଖୁଡି
ପାଉଛନ୍ତି ଅପୂର୍ବ ଶାନ୍ତି
ଖୁସି ଆଶା ବିଶ୍ୱାସ ର
ଶକ୍ତ ଭରଷା ଭାଇ
ନିଜେ ବାଛି କଣ୍ଟା ପଥ
ଭଉଣୀ ମୁହଁରେ ହସ ଆଣଇ
ଏକାଠି ବସିବା ଏକାଠି ଖାଇବା
ଏକାଠି ପଢିବା ଏକାଠି ବୁଲିବା
ଭାଇ ଭଉଣୀ ଙ୍କ ମୂଳ ମନ୍ତ୍ର
ଖାଦ୍ୟ ରୁଚେ ନାହିଁ ଜଣଂକୁ
ଅନ୍ୟ ଜଣଙ୍କ ବ୍ୟତିରେକ
ତ୍ୟାଗ ତିତିକ୍ଷା ର ପୋଷାକ
କରି ପରିଧାନ
ଖୋଳିଦିଏ ଭାଇ ପରା
ଖୁସି ର କୁବେର ଭଣ୍ଡାର
ଶ୍ରଦ୍ଧା ତାର ଅତୁଳନୀୟ
ସ୍ମୃତି ସବୁ ସ୍ମରଣୀୟ
ଆଶିଷ ଭରା ଜୀବନ ଖୋଜି ଆଣେ
କରି ଅକ୍ଲାନ୍ତ ପରିଶ୍ରମ
ଜୀବନ ଯନ୍ତ୍ରଣା ବୁଝି ପାରେ ଭାଇ
ମୁଁହ ଦେଖି ଦେଇ
ଆଣିଦିଏ ସମାଧାନ ର ରାସ୍ତା
ଜାଣିବା ପୂର୍ବରୁ ଅନ୍ୟ କେହି
ଅତୁଟ ଏ ବନ୍ଧନ ଅମାପ ଏ ଖୁସି
ବୁଝି ପାରେ ନାହିଁ କେବଳ ଭାତୃ ବିହୀନ ଭଗିନୀ
ଆଶା ତାର ଚାତକ ଟିକେ ଭାଇ ଶ୍ରଦ୍ଧା ଲାଗି
କେବେ ଆସିବ ସେଦିନ ରହିଛି ସେ ଚାହିଁ