STORYMIRROR

Baman Chandra Dixit

Others

4.7  

Baman Chandra Dixit

Others

ଆଡ଼ଭାନ୍ସ ନାଗରିକ

ଆଡ଼ଭାନ୍ସ ନାଗରିକ

1 min
7.2K



ବାମନ ଚନ୍ଦ୍ର ଦୀକ୍ଷିତ।


ଦେଶ ବଦଳୁଛି ଦେଖୁଥା କାଳିଆ

ଡ଼ିଜିଟାଲ ହେଲା ସବୁ

ମୁରୁଖ ପଣ୍ଡିତ ଗାଁ ଦାଣ୍ଡେ ଦାଣ୍ଡେ

ଚାଟିଙ୍ଗ କରନ୍ତି ବାବୁ

ବିଲକୁ କିଏସେ ଯିବ

ଫୁଟାଣି ମାରିକି ବଜାରେ ବୁଲିଲେ

ପାର୍ଟି ପଇସା ମିଲବ।।


କୃଷକ ଭାଇ କୁ ଭାତ ମିଳୁନାହିଁ

ଶାମୁକା ଖୋଜୁଛି ମୋତି

ଗୋଲାପ ଖୋଜୁଛି ବାସନା ଟିକିଏ

ଗାମୁଛା କିଣୁଛି ତନ୍ତି

ତେଲି କିଣୁଛି ଡାଵର ତେଲ

ମା ଯାଇ ବିଗ ବଜାର ବୁଲୁଛି

ଆୟା ଛୁଆକୁ କରୁଛି ଗେହ୍ଲ।।


ଚାଷ ଜମି ଯାକ ପଡିଆ ପଡିଛି

ଚାଉଳ ଟଙ୍କା କୁ କିଲେ

ପାଞ୍ଚ ଟଙ୍କିଆ ସେ ଜନ ଆହାର କୁ

ବାବୁ ସାହେବ ଖାଇଲେ

ବେଏଙ୍କ ଖାତା ରେ ଟଙ୍କା

ଏ ଟି ଏମ ଅଛି ସାଆନ୍ତଙ୍କ ପାଖେ

କାଳିଆ ବଳିଆ ଫାଙ୍କା।।


ଲୋଓନ ମିଳୁଛି ନିତି ନୂଆ ନୂଆ

ଦି ଦିନ ପରେ ଛାଡ଼

ଛାଡ଼ ନ କରିଲେ ବନ୍ଦ ଡାକରା

ଅଫିସ ରେ ପଶି ମାଡ଼

ମନ୍ତିରି ପା ଆମ ଲୋକ

ଟିପେ ଛାଡ଼ିବୁନି ସବୁ ଅସୁଲିବୁ

ଆମେ ଆଡ଼ଭାନ୍ସ ନାଗରିକ।।


ଲୁଣ ଖାଉଥାଆ ଗୁଣ ଗାଉଥାଆ

ଇଲେକସନ ର ତାତି

ଦିନରେ ଏ ପାଖ ରାତିକୁ ସେପାଖ

ପକେଟ ହଉ ଭରତି

ଜିତିବ ତ କିଏ ଗୋଟେ

ଏବେ ତ ମିଳୁଛି ଯାହାକୁ ଯେତେ ହୋ

ପିଇ ଦେଇ ଥିବି ପେଟେ

ଯିଏ ଜିତିବ ମୁଁ ତା ପଟେ।।

***********************


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍