ଆବଶ୍ୟକତା
ଆବଶ୍ୟକତା

1 min

211
ଆଧୁନିକତାର ଦ୍ୱାହି ଦେଇ
ଗୁରୁ ଲଘୁ ଭୁଲି ଯାଇ
ନିଜ ପାଇଁ ଖାଲି ବଞ୍ଚୁଛ,
ମାନବିକତାର ମୂଲ୍ୟବୋଧ
ଆଜି କରିଅଚ୍ଛି ସଙ୍ଗରୋଧ
ତେବେ କିମ୍ପା ମନ ଉଣା କରୁଛ !
କେବେ ନିଜ କଲା କର୍ମ
ନିଜେ ଭୁଲି ଯାଇ
ଆଧୁନିକତାକୁ କର ବଦନାମ,
ସ୍ଵେଚ୍ଛାଚାରିତାର
ଆଢୁଆଳରୁ ବାହାରି ଆସି
ତାକୁ ଟିକିଏ ଚିହ୍ନ l
ସଭ୍ୟତାକୁ ମାର୍ଜିତ କରି
ହୃଦୟରେ ଭଲ ପାଇବା ଭରିଦେଇ
ସୁନ୍ଦର ସମାଜ ଗଠନ କରିପାରେ,
ଖାସ ଏଇଥି ଲାଗି
ଆଧୁନିକତା ଆଜିର ଆବଶ୍ୟକତା
ସମାଜର ପ୍ରତିଟି କ୍ଷେତ୍ରରେ l