STORYMIRROR

Biswanath Nayak

Others

3  

Biswanath Nayak

Others

ଆବର୍ତ୍ତନ -------

ଆବର୍ତ୍ତନ -------

1 min
339


ଅସ୍ତାଚଳେ ଯେବେ

ଯାଉଥିଲେ ରବି

ଧରଣୀ କହିଲା ଚାହିଁ,

ଅନ୍ଧକାର ଦେଇ

ଯାଉଅଛ ବୋଲି

ମନେ ମୋର ଦୁଃଖ ନାହିଁ। 

ସାରା ଦିବସଟା

ହସି ହସି ନିଜେ

କଲ ମୋତେ ଆଲୋକିତ,

ତରୁଲତା ଶ୍ରେଣୀ

ଆଉ ଯେତେ ପ୍ରାଣୀ

ସର୍ବେ ହେଲେ ଆନନ୍ଦିତ। 

ଆଲୋକ ପଛରେ

ଆସିଲା ଅନ୍ଧାର

ସୁଖ ପଛେ ଦୁଃଖ ପରି,

ତୁମେ ଅଟ ସ୍ଥିର

ମୁଁ ଅଟେ ଅସ୍ଥିର 

ସେଥିପାଇଁ ଏତେ ସରି। 

ଆଲୋକ ଅନ୍ଧାର

କରଇ ମୁଁ ଭୋଗ

ନିଜ ଆବର୍ତ୍ତନ ବଳେ,

ମଣିଷ ଯେପରି

ଭୁଞ୍ଜେ ସୁଖ ଦୁଃଖ

ନିଜର କରମ ଫଳେ। 

ନିଜ କର୍ମଫଳ

ଭୋଗଇ ମୁଁ ଯେଣୁ

ତୁମର ବା କିବା ଦୋଷ,

ଜାଣେନା ମଣିଷ

ନିନ୍ଦେ କିମ୍ଫା ଭାଗ୍ୟ

କର୍ମେ ମିଳେ ଯେବେ ବିଷ। 

ଆଲୋକ ଅନ୍ଧାର

କର୍ମଫଳ ଭାବି

ସଦା ମୁଁ ରହେ ସମାନ,

ସୁଖ ଦୁଃଖେ ରୁହ

ସମ ହେ ମଣିଷ

ଶାନ୍ତିରେ କଟିବ ଦିନ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍