ଆବିର୍ଭୁତା
ଆବିର୍ଭୁତା
1 min
13.5K
ସେ ଭାରି ନିଜର ଲାଗନ୍ତି
ମନ୍ଦିରର ସାନ ବେଢ଼ା ଭିତର
ଅଳପ ଓ ନିବୁଜ ଜାଗାରେ
ଆବିର୍ଭୁତା ଦେବୀ !
ସିଡ଼ି ଚଢୁଥିବା ମଣିଷ
କିଏ କେତେ ପ୍ରକାରରେ
କଥା କହେ ତାଙ୍କ ସାମ୍ନାରେ
ଗଢ଼ିଦିଏ ବିଶ୍ୱାସକୁ
ଜାଲରେ, କାଠି କୁଟାରେ
ବାୟାର ବସାରେ,
ବିଶ୍ୱାସ ମାନେ ମହୁ ଶୋଷିବାକୁ
ଲାଖିଯାନ୍ତି ମହୁଫେଣାରେ
ବାଉଁଶ ବେତ ବୁଣାଳୀର
ଟୋକେଇ ଓ ତାଟିରେ ।
କିଏ କେତେ ପ୍ରକାରରେ
ଗଢେ ତା'ର ଭାଗ୍ୟକୁ
କ୍ଷଣିକ ମାୟାରେ
ଓଲଟ-ପାଲଟ ସୂତ୍ରର
ପାଟୀ-ଗଣିତ ।
ଆମ ଅନ୍ଦାଜର ମାପରେ ନଆସି
ବଦଳିଯାଏ ଭୂତି
ଆବିର୍ଭୁତାଙ୍କର।
ଯଉମୁଦ ମୁହଁ ତାଙ୍କର
ପରିଚୟ ଦିଏ ତାଙ୍କୁ
"ଶୂନ୍ୟ ଗୋଧୂଳିର ଦେବୀ" ।