ଆବେଗ ଭରା ଆକାଶ
ଆବେଗ ଭରା ଆକାଶ
ପୂର୍ଣ୍ଣିମା ହେଉ ବା ଅମାବାସ୍ୟା
ସ୍ଥିର ନିର୍ବିଚଳିତ ଏ ଆକାଶ
ନିଜକୁ ନମ୍ର କରି ସେ ପ୍ରସ୍ତୁତ
କେବେ ସ୍ତବ୍ଧ ଓ ଚକିତ
କେତେ ରଙ୍ଗରେ ସେ ଧୌତ ରଂଜିତ
ମନଟାର ଭାବ ବଡ ବିଚିତ୍ର ବିଚଳିତ
ଚନ୍ଦ୍ରଟା କେବେ ବଢେ କେବେ ଛିଡେ
କେତେ ଧୋକା ମିଛର ପ୍ରତୀକ କେଡେ
ପ୍ରୀତିର ଏକ ଭିନ୍ନ ବନ୍ଧନରେ ଆବଦ୍ଧ ଦୁଇ
ସପନର ନା ସମୟରେ ସମରରେ ସମର୍ଥନ ନାହିଁ
ତଥାପି ଲାଗେ କାହିଁକି ଅପରିପୂର୍ଣ୍ଣ ଏ ସମ୍ପର୍କରେ
ଆସିବାର ପ୍ରତିଶ୍ରୁତି ଥିଲା ଯେ ଏକ ପଥରେ
ପଥ ବଦଳରେ ଅନେକ ସମୟର ପ୍ରଶ୍ନ ଉଠେ
ଜୁଆର ଓ ଭଟ୍ଟା ଯେ ଚନ୍ଦ୍ରର ପ୍ରଭାବରେ ବଢେ
ଗର୍ବିତ ଜୋଛନା ଗୋ ତୁମେ ମୋର ପ୍ରିୟା ଲୁଚନା
ଆଉ ଏ ବେଳାରେ ପ୍ରେମରେ ଅଧିରା କରନା ।

