ଆବାହନ ନୂଆ ବର୍ଷର
ଆବାହନ ନୂଆ ବର୍ଷର
କେତେ କଣ ପ୍ରସ୍ତୁତି
ରଙ୍ଗୀନ ସନ୍ଧ୍ୟା
ଝଲମଲ ସହର,
ଉନ୍ମାଦ ଉତ୍ତେଜନା
ମାତାଲ୍ ନୃତ୍ୟ
ବିଭୋର ବି ଆବେଗ
ଏହା ନିଶ୍ଚେ ଉତ୍ସବ ଆବାହନର !!!
କିଏ ଆସୁଛି କି ??
ସେ ଆସିଲେ କଣ
ପଶୁ ସାଜିବେନି ତ ଏ ଅମଣିଷ ??
ବଦନାମ ହେବେ ନି ଗାଆଁ ସହର,
ନଈପଠା ପୋଖରୀ ଗାଡିଆ
ରାସ୍ତା ଘାଟ ଆଉ ମଣିଷର,
ଆସୁରିକଚରିତ୍ର ସବୁ
ଶୋଭା ବଢ଼ାଇବେନି ତ ଖବରକାଗଜର ??
ମିଳିବନି ତ ଅଚିହ୍ନା ଶବ କୁଆରୀ ଝିଅର
ଗଳିତ ମଢ଼ ନିଖୋଜ ବ୍ୟକ୍ତିର
ସଦ୍ୟଜାତ ଶିଶୁ ଫିଙ୍ଗା ହେବେନି ତ,
ହାତକାଟି ଫେରିବେନି ତ ହରିଆ ଦାଦନ ରୁ,
ଖଟିଆରେ କାନ୍ଧରେ ବୁହା ହେବେନି ତ
ଜନନୀ ଆଉ ମଢ
ଫୁଲ ଫୁଟିବା ଆଗରୁ ନଷ୍ଟ ହେବନି ତ କଢ ??
ଏମିତି ତ ସେ ଆସୁଛି
ଆବାହନ ରେ ନୁହେଁ ସ୍ଵତଃ !!
ସେ ଆସିଲେ ଯେ ,
ସବୁ ଖୁସି ଅଜାଡ଼ି ଦେବ
ତୁମେ କେବଳ ସାଉଟିବ ସୁଖ
ଉଭେଇଯିବ ସବୁ ଦୁଃଖ କ୍ଲେଶ
ହିଂସା ଈର୍ଷା ପରଶ୍ରୀକାତରତା
ଲୀନ ହେବ ଧର୍ମ ପାଖରେ
ସେମିତି ତ ନୁହେଁ !!
ପାଶବିକ ଶୃଙ୍ଖଳକୁ କର ଛିନ୍ନ
ନାରୀ ହାତେ ଧରେଇ ଦିଅ ଅସ୍ତ୍ର
ନାରୀ ହେଉ ସ୍ଵଂୟସିଦ୍ଧା
କବିତାରେ ନୁହେଁ
ଭାଷଣରେ ନୁହେଁ
ନିଜେ ହେଉ ସକ୍ଷମା
ସ୍ୱଂସମ୍ପୂର୍ଣ୍ଣ। !!
ଭାତୃତ୍ବ ଶାନ୍ତି ଆଉ ସହଭାଗିତା
ଅହିଂସା ହେଉ ବାର୍ତ୍ତା
ଯଦି ପାରୁଚ,
ତେବେ
ଆବାହନ କର ନିଜ ଭିତରେ ଦେବତ୍ବ
ନିଜେ ଚେଷ୍ଟାକର ,
ସାରା ଦୁନିଆଟା ଆପଣାଛାଁଏ
ବଦଳିଯିବ ସ୍ବର୍ଗ !!
ନୂଆ ବର୍ଷ ତ ପ୍ରତି ଦିନ ହେଉ
ପାଞ୍ଜି ରେ ଆଉ ଅନ୍ତରୀକ୍ଷ ରେ
ସେମିତି ଥାଏ ଚଳନ,
ତିଥି , ମାସ,ବାର ଆଉ ନକ୍ଷତ୍ର
କ୍ୟାଲେଣ୍ଡର ସହ ବଦଳିଯାଏ
ଖାଲି ଯାହା ମଣିଷର ଚରିତ୍ର !!!
ବର୍ଷଟା ଖାଲି ବଦଳୁ ଥାଏ
କାନ୍ଥରୁ ଯେମିତି ନୂଆ
କ୍ୟାଲେଣ୍ଡର ପୃଷ୍ଠା ରେ ପୃଷ୍ଠା !!
ଯଦି ଆବାହନ କରୁଛ
ତେବେ ଆସୁ ନବବର୍ଷ
ଉନ୍ନତିର
ପ୍ରଗତିରେ
ସମତାର
ସ୍ୱର୍ଣ୍ଣ ଯୁଗ ମଣିଷତ୍ଵ ର !!
ଧର୍ମର
ସାଦର ନିମନ୍ତ୍ରଣ
ଅଭିନନ୍ଦନ ଓ ଶୁଭେଚ୍ଛା
ସେ ନବବର୍ଷର !!!
