STORYMIRROR

Narayan chandra Senapati

Others

3  

Narayan chandra Senapati

Others

ଆ ଜହ୍ନ ମାମୁଁ ଶରଦ ଶଶୀ

ଆ ଜହ୍ନ ମାମୁଁ ଶରଦ ଶଶୀ

1 min
12K


ସେଦିନ ଅଝଟିଆ ପିଲାଟାକୁ 

ମା ବୋଧ କରୁଥିଲା

ଦେଖାଉଥିଲା ଆକାଶର ତୋଫାଜହ୍ନ

ଆଉ କହୁଥିଲା

ଆ ଜହ୍ନ ମାମୁଁ ଶରଦ ଶଶୀ,

ତା ସୁନ୍ଦର ଚେହେରାକୁ ଦେଖି

ତା କଅଁଳିଆ ଜୋଛନାକୁ ପାଇ

ଶିଶୁଟା ହାତ ବଢ଼େଇ ଡାକୁଥିଲା ଆନନ୍ଦ ମନରେ ନାଚିନାଚି

ଦେଉଥିଲା ଟିକେ ମନଖୋଲା ହସି।


ଏ ସୁନ୍ଦର ଚେହେରା ଭିତରେ ଦେଖି କଳା ଛିଟା

କାହିଁକି ବୋଲି ପୁଅଟା କରୁଥିଲା

ମାଆକୁ ପ୍ରଶ୍ନ,

ଅସହ୍ୟ ନିଦାଘରେ ମେଣ୍ଟାଇବାକୁ ତୃଷ୍ଣା

ଶଂସାଟା ଦୌଡ଼ି ଦୌଡ଼ି ତାପଛେ

ହରାଇଦେଲା ଜୀବନ

ଅଭିଶାପ ପାଇଲା ବିଚରାଟା

ମା'ର ଏ ଆଈମା କାହାଣୀ ଅବୁଝା ହୋଇଗଲା

ପୁଅ ଆଖିରେ ଲୁଚିଥିଲା

ଖାଲି ପୁଳା ପୁଳା ବିଜ୍ଞାନୀ ସ୍ବପ୍ନ।


ସେଦିନ ବିଜ୍ଞାନୀ ମଣିଷଟା 

ହସୁଥିଲା ଶୁଣି ଏ ଉଦ୍ଭଟ ଉତ୍ତର

ବାରମ୍ବାର କରୁଥିଲା ଅନୁଧ୍ୟାନ

ଖୋଜୁଥିଲା ସୁନ୍ଦରତା-ଶୀତଳତାର ବିହିତ କାରଣ,

ଜ୍ଞାନ ବିଜ୍ଞାନ କୌଶଳରେ ପ୍ରଯୁକ୍ତି ବିଦ୍ୟାଟା

ଯେବେ ବି କଲା ଉପଯୋଗ

ଉଦ୍ଭାବନ ହେଲା ଚନ୍ଦ୍ର ଅଭିଯାନ ଯନ୍ତ୍ର

ଆଶା ଆକାଂକ୍ଷା କୌତୁହଳ ଗୁଡାକୁ ଧରି

କଲା ମହାକାଶ ଗମନ

ପ୍ରୟୋଗ କଲା ଜାଣିବାକୁ ତାର 

ବିଚିତ୍ର ଜ୍ଞାନର ମହାମନ୍ତ୍ର।


ମନରେ ଉଙ୍କି ମାରୁଥିଲା ପ୍ରଶ୍ନ ଗୁଡ଼ାକର 

ଉତ୍ତର ତାକୁ ମିଳିଗଲା

ଉତ୍କଣ୍ଠାର ହସ ଖୁସି ଭରିଦେଲା

ଦେଖିଲା ତା ଭିତରେ ଲୁଚିଥିବା ପାହାଡ଼ ପର୍ବତ ଓ ଗର୍ତ୍ତ,

ଦୂରରୁ ଚାହିଁଲେ ଦିଶୁଥିଲା କଳା ରଙ୍ଗ 

ତାହା ଏକ ଛାୟା ହିଁ ସତ୍ୟ,

ନ ଥିଲା ତା ନିଜର କିରଣ

ତେଜିୟାନ ଆଦିତ୍ୟର ପୃଥିବୀରୁ ଏ ପ୍ରତିଫଳନ

ଏଇତ ଅପୂର୍ବ ସୌନ୍ଦର୍ଯ୍ୟର ବରଦାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍