23.ସଫଳତା
23.ସଫଳତା
1 min
247
ସଫଳତା ଖାଲି ସଫଳତା ନୁହେଁ
ଆରମ୍ଭ ପାଇଁ ସେ ପ୍ରେରଣାଟିଏ
କେବେ ସାଧନାର ମାପକାଠି ସାଜି
ପ୍ରଗତି ସ୍ତରକୁ ସୂଚାଇ ଦିଏ
ମନ ଆନନ୍ଦିତ ହୁଏ
ଆଉ ଦୁଇପାଦ ଆଗେଇ ଯିବାକୁ
ଆଗରେ ରହିଣ ବାଟ କଢାଏ
ସଫଳତା ନୁହେଁ ସମାପ୍ତି ସୂଚକ
ଗୁରୁ ଦାୟିତ୍ୱର ଆରମ୍ଭ ସେତ
କର୍ମବୀର ଏକା ଧର୍ମର ତରୀରେ
ଅଭିଜ୍ଞତାକୁ ଯେ କରଇ କାତ
ଦେଖଇ ସାରା ଜଗତ
ସଫଳତା ତାର ପଛରେ ଗୋଡାଏ
ସାଧନା କରଇ ଯେ ଅବିରତ
