ଅଭିନେତ୍ରୀ
ଅଭିନେତ୍ରୀ
1 min
290
ମନ ମୁତାବକ ଆକାଶର ସନ୍ଧାନରେ
ବାହାରିଥିଲି ମୁଁ ସେଦିନ
କିନ୍ତୁ ପାଇନଥିଲି
ବଦଳରେ ମିଳିଥିଲା ମୁଠେ କଳା ବାଦଲ
ଆଖି ଦେଖେଇ ଡରlଉଥିବା ବିଜୁଳି
ଆଉ କାନ ତାବଦା କରି ଦେଉଥିବା ଘଡଘଡି
ଆଶ୍ବସ୍ତିର ନିଃଶ୍ୱାସ ମାରିବାପାଇଁ
କୋଉଠି ଵି ଠୋପlଏ ମେଘ ନଥିଲା
ଥିଲେ... ମୋର ସବୁ କୋହ ଆଉ ଲୁହ ଲୁଚେଦେଇଥାନ୍ତି...
ସେଇ ଝିପି ଝିପି ବର୍ଷାର ପଣତ କାନିରେ
ମେଘ ମଲ୍ହାର ର ଯାଦୁକରୀ ତାନରେ
ବେଦନାରେ ସିକ୍ତ ଅଭିବ୍ୟକ୍ତିକୁ ପେଶ କରିଥାନ୍ତି
ଖିଲିଖିଲି ହସ ଜରିଆରେ
ଏକ ନିଖୁଣ ପେଷାଦାର ଅଭିନେତ୍ରୀ ପରି l