STORYMIRROR

Sujata Dash

Others

3  

Sujata Dash

Others

ଅଭିନେତ୍ରୀ

ଅଭିନେତ୍ରୀ

1 min
296


ମନ ମୁତାବକ ଆକାଶର ସନ୍ଧାନରେ

ବାହାରିଥିଲି ମୁଁ ସେଦିନ

କିନ୍ତୁ ପାଇନଥିଲି

ବଦଳରେ ମିଳିଥିଲା ମୁଠେ କଳା ବାଦଲ

ଆଖି ଦେଖେଇ ଡରlଉଥିବା ବିଜୁଳି

ଆଉ କାନ ତାବଦା କରି ଦେଉଥିବା ଘଡଘଡି

ଆଶ୍ବସ୍ତିର ନିଃଶ୍ୱାସ ମାରିବାପାଇଁ

କୋଉଠି ଵି ଠୋପlଏ ମେଘ ନଥିଲା

ଥିଲେ... ମୋର ସବୁ କୋହ ଆଉ ଲୁହ ଲୁଚେଦେଇଥାନ୍ତି...

ସେଇ ଝିପି ଝିପି ବର୍ଷାର ପଣତ କାନିରେ

ମେଘ ମଲ୍ହାର ର ଯାଦୁକରୀ ତାନରେ

ବେଦନାରେ ସିକ୍ତ ଅଭିବ୍ୟକ୍ତିକୁ ପେଶ କରିଥାନ୍ତି

ଖିଲିଖିଲି ହସ ଜରିଆରେ

ଏକ ନିଖୁଣ ପେଷାଦାର ଅଭିନେତ୍ରୀ ପରି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍